ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଛାତ୍ରୀଙ୍କ ମୁହଁକୁ ଏସିଡ ଫିଙ୍ଗିଲେ ସ୍ୱାମୀ!

ବ୍ରହ୍ମପୁର: ଆଜି ସକାଳେ ବ୍ରହ୍ମପୁର ମେଡିକାଲ କଲେଜର ଜଣେ ପାରା ମେଡିକାଲ ଛାତ୍ରୀଙ୍କ ମୁହଁ ଉପରକୁ ଏସିଡ୍‌ ପିଙ୍ଗିଛନ୍ତି ତାଙ୍କ ସ୍ୱାମୀ। ଏସିଡ୍‌ ଫିଙ୍ଗି ସ୍ୱାମୀ ଫେରାର ହୋଇଯାଇଥିିବା ବେଳେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏସିଡ୍‌ ମାଡ଼ରେ ଆହତ ଛାତ୍ରୀ ମୀନତୀ ପ୍ରଧାନଙ୍କ ବାପା ବିପିନ ପ୍ରଧାନ କହିଛନ୍ତି ଯେ ତାଙ୍କ ଝିଅ ମୀନତୀଙ୍କର ପୋଲସରାର ନିରଞ୍ଜନ ପ୍ରଧାନଙ୍କ ସହିତ ଗତ ମେ ମାସ ୭ ତାରିଖ ଦିନ ବିବାହ ହୋଇଥିଲା। ମିନତୀ ଏମକେସିଜି ମେଡିକାଲ କଲେଜରେ ପାରା ମେଡିକାଲ ଛାତ୍ରୀ ଭାବେ ପାଠ ପଢ଼ନ୍ତି। ମାତ୍ର ବିବାହର ମାତ୍ର ୧ ମାସ ପରେ ସ୍ୱାମୀ ନିରଞ୍ଜନ ଓ ମିନତୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ମୀନତୀ ସ୍ୱାମୀ ନିରଞ୍ଜନଙ୍କ ଘର ଛାଡ଼ି ଆସି ହଷ୍ଟେଲରେ ରହୁଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ମୀନତି ହଷ୍ଟେଳରୁ କଲେଜକୁ ଯାଉଥିବା ସମୟରେ କଲେଜ ଗେଟ୍‌ ପାଖରେ ପୂର୍ବରୁ ଛପି ରହିଥିବା ସ୍ୱାମୀ ନିରଞ୍ଜନ ତାଙ୍କ ଉପରକୁ ଏସିଡି ଫିଙ୍ଗିଥିଲେ। ଏସିଡ୍‌ ମିନତୀଙ୍କ ମୁହଁ, ଛାତି, ଓ ହାତରେ ପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର