ଭୁବନେଶ୍ବର : ଓଡ଼ିଶାରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କର ଅନେକ ସମ୍ଭାର ରହିଛି। ସେମାନଙ୍କ ସଂରକ୍ଷଣ ପାଇଁ ଆନ୍ତରିକତା ନଥିବାରୁ ଅନେକ ପ୍ରଜାତି ଏବେ ଲୁପ୍ତ ହେବା ଅବସ୍ଥାରେ ପହଞ୍ଚିଛନ୍ତି। ଟାଟା ଷ୍ଟିଲ ଲିଟେରାରି ମିଟ୍ରେ ପକ୍ଷୀପ୍ରେମୀମାନେ ଏପରି ଉଦ୍ବେଗ ପ୍ରକାଶ କରିଛନ୍ତି। ଦିଲ୍ଲୀର ବିଶିଷ୍ଟ ପକ୍ଷୀ ବିଶେଷଜ୍ଞ ତଥା ପକ୍ଷୀପ୍ରେମୀ ବିକ୍ରମ ଗ୍ରିଵାଲ କହିଛନ୍ତି ଜଙ୍ଗଲ ବିଭାଗ ଲୁପ୍ତ ଦ୍ବାର ଦେଶରେ ଥିବା ପକ୍ଷୀଙ୍କ ସଂରକ୍ଷଣ ପାଇଁ ଆହୁରି ଅଧିକ ଯତ୍ନବାନ ହେବା ଦରକାର । ଓଡ଼ିଶାର ବିଶିଷ୍ଟ ପକ୍ଷୀପ୍ରେମୀ ପଞ୍ଚମୀ ମନୁ ଉକଲୀ କହିଥିଲେ ବର୍ତ୍ତମାନ ପ୍ରଦୁଷଣ ଯୋଗୁଁ ଭୁବନେଶ୍ବର ସହରରେ ଘରଚଟିଆ ଚଢ଼େଇ ଦେଖିବାକୁ ମିଳୁନାହାନ୍ତି। ଆମ ପରି ପକ୍ଷୀମାନଙ୍କର ମଧ୍ୟ ଏ ପୃଥିବୀରେ ବଞ୍ଚିବାର ଅଧିକାର ରହିଛି। ଏଥିପାଇଁ ଖାଲି ସରକାରୀ ସ୍ତରରେ ନୁହେଁ ଛୋଟଛୋଟ ପିଲାମାନଙ୍କ ମାନସିକତାରେ ଯେପରି ପକ୍ଷୀଙ୍କ ପ୍ରତି ସ୍ନେହ ଓ ଆଦର ଜନ୍ମିବ ସେଥିପାଇଁ ବାପା ମା ଯତ୍ନବାନ ହେବା ଦରକାର।
Sambad is now on WhatsApp
Join and get latest news updates delivered to you via WhatsApp
ବିଶିଷ୍ଟ ଫଟୋଗ୍ରାଫର ଅବିନାଶ ଖେମକା ଏହି ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ,ଚିଲିକା ଲେଗୁନର ଆର୍ଦଭୂମି ମଙ୍ଗଳାଯୋଡ଼ିରେ ବର୍ତ୍ତମାନ ୧୨୫ ପ୍ରଜାତିର ୩ ଲକ୍ଷ ପକ୍ଷୀଙ୍କ ସମାଗମ ହେଉଛି। ଦିନଥିଲା ପକ୍ଷୀ ଶିକାର ଯୋଗୁଁ ମଙ୍ଗଳାଯୋଡ଼ି ବଦନାମ ହୋଇଥିଲା। କିନ୍ତୁ ଘରୋଇ ସ୍ତରରେ ଉଦ୍ୟମ ଓ ସଚେତନତା ଯୋଗୁଁ ଏବେ ସେଠାରେ ସୁଧାର ଆସିଛି। ସେ ସ୍ଥାନଟି ଏବେ ଦେଶବିଦେଶରୁ ଶହଶହ ସଂଖ୍ୟାରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି।
ପ୍ରକୃତ ଉପନିବେଶବାଦ ସ୍ବାଧୀନତା ପରେ ହିଁ ଆସିଥିଲା
ଭୁବନେଶ୍ବର : ଭାରତୀୟ ପ୍ରଥା ଓ ପରମ୍ପରାର ବର୍ଣ୍ଣନା ହେଉଛି ‘ଦି ଟ୍ବାଇସ୍ ବର୍ଣ୍ଣ’ର କଥାବସ୍ତୁ। ବ୍ରାହ୍ମଣବାଦ ଉପରେ ଲେଖା ପର୍ଯ୍ୟବେସିତ ହୋଇଛି। ବନାରସରେ ଯାତ୍ରା କରୁଥିବା ସମୟରେ ଆଧୁନିକତାର କଦର୍ଯ୍ୟତା ଓ ପ୍ରାଚୀନ ଭାରତୀୟ ସଂସ୍କୃତିର ସୌନ୍ଦର୍ଯ୍ୟତାର ବର୍ଣ୍ଣନା ରହିଥିବା ପୁସ୍ତକର ଲେଖକ ଆତିଶ ତସିର୍ କହିଛନ୍ତି। ଟାଟା ଷ୍ଟିଲ୍ ଭୁବନେଶ୍ବର ସାହିତ୍ୟ ସମାବେଶରେ ‘ଦି ଟ୍ବାଇସ୍ ବର୍ଣ୍ଣ’ ପୁସ୍ତକ ସମ୍ପର୍କରେ ଆଲୋଚନା କରି ଲେଖକ ଶ୍ରୀ ତସିର୍ କହିଲେ, ବାସ୍ତବରେ ଉପନିବେଶବାଦ ଭାରତ ସ୍ବାଧୀନ ହେବା ପରେ ଆରମ୍ଭ ହୋଇଥିଲା ବୋଲି କହିଥିଲେ। ଏଥିସହ ପୁସ୍ତକରେ ସେ ଆଧ୍ୟାତ୍ମିକ ଅଶୁଦ୍ଧତାକୁ ବର୍ଣ୍ଣନା କରିଥିବା କହିଥିଲେ। ଏହି ଅଧିବେଶନକୁ ମାଳବିକା ବାନାର୍ଜୀ ସଂଚାଳନ କରିଥିଲେ।