ବିନିକା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୭୦ ବର୍ଷିଅ ବୃଦ୍ଧ ଛୁରାମାଡ଼ର ଶିକାର ହେବା ପରେ ତାଙ୍କୁ ଶୁକ୍ରବାର ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ବୃଦ୍ଧାଙ୍କ ସଂପର୍କୀୟ ଝିଆରୀ ମଧ୍ୟ ଏହି ଘଟଣାର ଶିକାର ହୋଇଛନ୍ତି। ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ପାଲିପଡ଼ା ଗାଁରେ ଗୁରୁବାର ବିଳମ୍ବିତ ରାତି ଏହି ଅଭାବନୀୟ ଘଟଣା ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁସାରେ ସାହିବାସୀଙ୍କ ରାତ୍ରି ବୈଠକରେ ଯୋଗଦେଇ ଘରକୁ ଫେରିବା ବେଳେ ରମେଶ ଭୋଇ ଓ ତାଙ୍କ ପୁଅ ଆକାଶ ଭୋଇ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ଏହି ଘଟଣାକୁ ରାଜକୁମାର ନାଗ (୭୦) ବିରୋଧ କରିଥିଲେ। ରାଜକୁମାର ନିଜର ଶାଳୀ ବିଳାସ ନାଗ (୪୮)ଙ୍କ ଘରକୁ ଆସିଥିଲେ। ଅଭଦ୍ର ଭାଷାରେ ଗାଳିଗୁଲଜକୁ ବିରୋଧ କରିବାରୁ ରମେଶ ଭୋଇ ଘର ଭିତର ଏକ ଧାରୁଆ ଅସ୍ତ୍ର ଆଣି ରାଜକୁମାରଙ୍କ ତଣ୍ଟି କାଟିବା ସହିତ ଝିଅ ନିନା (୨୮)ର ବାମ ହାତକୁ ହାଣିଥିଲେ ବୋଲି ବିଳାସ ବିନିକା ଥାନାରେ ଅଭିଯୋଗ କରିଛନ୍ତି।
ବିନିକା ଥାନା ଆଇଆଇସି କଲ୍ୟାଣୀ ବେହେରା କହିଛନ୍ତି, ଆକ୍ରମଣ ସଂପର୍କରେ ସୂଚନା ମିଳିବା ପରେ ପୁଲିସ ଅଳ୍ପ ସମୟ ମଧ୍ୟରେ ଘଟଣାସ୍ଥଳକୁ ପହଂଚିଥିଲା। ରିପୋର୍ଟ ଲେଖାଯିବା ବେଳକୁ ରାଜକୁମାର ଓ ନିନାକୁ ବୁର୍ଲା ମେଡିକାଲରେ ଭତ୍ତି କରାଯାଇଛି। ନିନାର ବାମ ହାତରେ ୨୫ଟି ଷ୍ଟିଚ ପଡ଼ିଛି। ଅଭିଯୁକ୍ତ ବାପ-ପୁଅ ଫେରାର ଅଛନ୍ତି।