ନୂଆଦିଲ୍ଲୀ: ଏବେ କେଉଁଠି ଅଛନ୍ତି ରାହୁଲ ଗାନ୍ଧୀ ? ପୁଣି ଗାୟବ ହୋଇଗଲେ କି କଂଗ୍ରେସ ଅଧ୍ୟକ୍ଷ ? ଏଭଳି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ପରିସରକୁ ଆସିଛି। ୧୧ ଜାନୁୟାରିରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବା ପରେ ଦୁବାଇ ଯାଇଥିଲେ ରାହୁଲ୍ । ତା’ପର ଠାରୁ ତାଙ୍କର ଗସ୍ତ ସଂପର୍କରେ କୌଣସି ସୂଚନା ମିଳିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଦୁବାଇ ଗସ୍ତ ପରେ କେଉଁ ଆଡ଼େ ଗଲେ କଂଗ୍ରେସ ଅଧ୍ୟକ୍ଷ ? ଜାନୁଆରି ୧୧ ତାରିଖ ଦୁବାଇରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀଙ୍କୁ ଆଉ ଦେଖିବାକୁ ମିଳି ନ ଥିବା ଜାତୀୟ ଗଣମାଧ୍ୟମ ‘ଦ ପ୍ରିଣ୍ଟ୍’ ଉଲ୍ଲେଖ କରିଛି।
କୋଲକାତାରେ ମମତା ବାନାର୍ଜୀଙ୍କ ମୋଦି ବିରୋଧୀ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ଯୋଗ ନ ଦେବା ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି । ୨୦୧୯ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଜେପି ପାଇଁ ପ୍ରଚାର ଆରମ୍ଭ କରିସାରିଥିବା ବେଳେ ରାହୁଲଙ୍କ ଅନୁପସ୍ଥିତି ଯୋଗୁ କଂଗ୍ରେସର କିଛି ନେତା ଅସନ୍ତୁଷ୍ଟ ଥିବା ‘ଦ ପ୍ରିଣ୍ଟ୍’ ଉଲ୍ଲେଖ କରିଛି ।
ସେହିପରି କିଛି ନେତା ରାହୁଲ ୟୁରୋପରେ ଥିବା କହିଛନ୍ତି । ପୁଣି ଆଉ କିଛି ନେତା ରାହୁଲ ଗାନ୍ଧୀଙ୍କ ଗସ୍ତ ବିଷୟରେ ଅବଗତ ନାହାନ୍ତି । ବିଗତ ଦିନରେ ବିଭିନ୍ନ ଆଲୋଚନା ପରେ ରାହୁଲ ଗାନ୍ଧୀ ନିଜ ଗସ୍ତ ବିଷୟରେ ଟ୍ୱିଟର ହ୍ୟାଣ୍ଡେଲରେ ଘୋଷଣା କରୁଥିଲେ । ତେବେ ଏହି ନୂଆ ଯାତ୍ରାକୁ କିନ୍ତୁ ବ୍ୟକ୍ତିଗତ ରଖିଛନ୍ତି ରାହୁଲ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିଦେଶ ଭ୍ରମଣକୁ ବିଜେପି ସବୁବେଳେ ନନ୍ ସିରିୟସ୍ ଲିଡର୍ ଭାବେ ସମାଲୋଚନା କରିଆସୁଥିବା ବେଳେ ରାହୁଲଙ୍କ ଅନୁପସ୍ଥିତି ବିଜେପିକୁ ପୁଣି ସୁହାଇବ ବୋଲି ‘ଦ ପ୍ରିଣ୍ଟ୍’ ଉଲ୍ଲେଖ କରିଛି ।