ମୁମ୍ବାଇ: ଏନ ଡି ଏର ପୁରୁଣା ସହଯୋଗୀ ରାଜନୈତିକ ଦଳ ଶିବସେନା ସାରା ଭାରତରେ ଆଗାମୀ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ସୂଚନା ମିଳିଛି। ଏଯାଏଁ ଶିବସେନା ମୁଖ୍ୟତଃ ମହାରାଷ୍ଟ୍ରରେ ନିଜକୁ ସୀମିତ ରଖିଥିଲା। କିନ୍ତୁ ଏବେ କେତେକ ଅନ୍ୟ ରାଜନୈତିକ ଦଳ ଓ ସଂଗଠନମାନଙ୍କ ସହିତ ମିଶି ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବ।
ଏ ସଂପର୍କରେ ଶିବସେନାର ରାଜ୍ୟସଭା ସାଂସଦ ସଂଜୟ ରାଉତ କହିଛନ୍ତି ଖୁବ୍ ଶୀଘ୍ର ଦଳର ସୁପ୍ରିମୋ ଉଦ୍ଧବ ଠାକ୍ରେ ଏ ସଂପର୍କରେ ଘୋଷଣା କରିବେ। ମିଳିଥିବା ସୂଚନା ଅନୁଯାୟୀ ଶିବସେନା ଉତ୍ତରପ୍ରଦେଶରେ ୨୦୧୯ ଲୋକସଭା ନିର୍ବାଚନରେ ୨୫ଟି ଆସନରେ ପ୍ରାର୍ଥୀ ଦେବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ନେଇ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ଓମ ପ୍ରକାଶ ରାଜଭରଙ୍କ ସହିତ କେତେ ଥର ଶିବସେନାର ବୈଠକ ହୋଇଛି।ଏଠାରେ ସୂଚନାଯୋଗ୍ୟ ଯେ,ଯୋଗୀ ସରକାରରେ ଥିବା କ୍ୟାବିନେଟ୍ ମନ୍ତ୍ରୀ ଓମପ୍ରକାଶ ରାଜଭର ବେଶ୍ କିଛି ମାସ ଧରି ସହଯୋଗୀ ବିଜେପି ବିରୁଦ୍ଧରେ ବୟାନବାଜି କରୁଛନ୍ତି। ଏଣେ ଚର୍ଚ୍ଚା ହେଉଛି ଯେ,୨୦୧୯ ଲୋକସଭା ନିର୍ବାଚନ ମଧ୍ୟ ଶିବସେନା ଭାଜପା ସହିତ ମେଣ୍ଟ ନ କରି ମହାରାଷ୍ଟ୍ର୍ରରେ ଏକାକୀ ଲଢ଼ିବ।