ଜେ କେ ମହାନ୍ତି ହେଲେ ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ ଅଧ୍ୟକ୍ଷ

ଭୁବନେଶ୍ବର : ସ୍ବସ୍ତି ଗ୍ରୁପ୍ ସିଏମ୍‌ଡି ତଥା ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’(ଓସିସି)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୨୦୧୪ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ଭାବେ ସ୍ବର୍ଗତ ଅମୀୟ ପଟ୍ଟନାୟକ ଦାୟିତ୍ବ ତୁଲାଇଥିଲେ। ଅନୁଷ୍ଠାନ ଓଡ଼ିଶାର ଲୋକ ନୃତ୍ୟ ଓ ସଙ୍ଗୀତକୁ ଅଧିକ ଲୋକପ୍ରିୟ କରାଇବା ଉ‌େଦ୍ଦଶ୍ୟରେ ରାଜ୍ୟ ବାହାରେ ତଥା ବିଭିନ୍ନ କଲେଜ କ୍ୟାମ୍ପସ୍‌ରେ ତାହାକୁ ପରିବେଷଣ କରି ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। ଏହା ସହ ରାଜ୍ୟରେ ସାମାଜିକ ଓ ସାଂସ୍କୃତିକ ଦୁନିଆରେ ଅନୁଷ୍ଠାନ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ଆଗାମୀ ଦିନରେ ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ଦିଗରେ ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ ଅଗ୍ରଣୀ ଭୂମିକା ନେବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଛନ୍ତି। ଓସିସି କର୍ମକର୍ତ୍ତାମାନେ ଶ୍ରୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ବରେ ଆଗାମୀ ଦିନରେ ଅନୁଷ୍ଠାନ ଅଭିନବ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର