ପୁରୁଣା ଭୁବନେଶ୍ୱର : ନିୟତି ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଟାଉନ୍ କ୍ଲବ ଖେଳ ପଡ଼ିଆଠାରେ ଆଞ୍ଚଳିକ ମହିଳା ମହାସଂଘ ପକ୍ଷରୁ ଏସ୍ଏସ୍ଜି ଗ୍ରୁପ୍ର ମହିଳାମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଏମ୍ସି ଅନ୍ତର୍ଗତ ୱାର୍ଡ ନମ୍ବର ୫୪, ୫୯, ୬୦ ଓ ୬୭ର ୭ଟି ଏସ୍ଏସ୍ଜି ଗ୍ରୁପ୍କୁ ସମ୍ବର୍ଧନା କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା, ବିଏମ୍ସି ସିଏମ୍ଏମ୍ ମ୍ୟାନେ୍ଜର ଦୋବାଶିଷ ମହାପାତ୍ର, ନିୟତି ଫାଉଣ୍ଡେସନ୍ର ଅଧ୍ୟକ୍ଷ ନିର୍ମଳ ପଣ୍ଡା ଓ ବହୁ କର୍ପୋରେଟର୍ ଯୋଗଦେଇ ଏସ୍ଏସ୍ଜି ଗ୍ରୁପ୍ ଦ୍ଵାରା ମହିଳାଙ୍କ କାର୍ଯ୍ୟ ଓ ବିକାଶ ସମ୍ପର୍କରେ କହିଥିଲେ। ଏହି ଅବସରରେ ୮ଟି ଏଏସ୍ଜି ଗ୍ରୁପ୍ ପକ୍ଷରୁ ବିଭିନ୍ନ ଷ୍ଟଲ କରାଯାଇଥିଲା। ଏଥିରେ ଶତାଧିକ ମହିଳା ସାମିଲ ହୋଇଥିଲେ।