ରିଆଦ : ଶୁକ୍ରବାରଦିନ ଇରାନର ତୈଳବାହୀ ଜାହାଜ ସାବିଟି ଉପରେ ହୋଇଥିବା ରକେଟ୍ ମାଡ ପଛରେ କୌଣସି ହାତ ନାହିଁ ବୋଲି ସାଉଦି ଆରବ ସ୍ପଷ୍ଟ କରିଦେଇଛି । ଆଜି ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଆଦେଲ ଅଲ-ଜୁବୈର କହଛନ୍ତି ଯେ ଏହି ଘଟଣା ପଛରେ ତାଙ୍କ ଦେଶର ହାତ ନାହିଁ ।
ସେ କହିଛନ୍ତି ଯେ ଗତ ସେପ୍ଟେମ୍ବର ମାସରେ ସାଉଦି ଆରାମକୋର ତୈଳ ବିଶୋଧନାଗାର ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ ତାଙ୍କ ସରକାର ଇରାନକୁ ଦାୟୀ କରିଥିଲେ ମଧ୍ୟ ତାହାର ଜବାବରେ କୌଣସି ଆକ୍ରମଣ କରାଯାଇନାହିଁ । ସାଉଦି ଆରାମକୋ ଘଟଣାର ତଦନ୍ତ ଏବେବି ଜାରି ରହିଛି । ଏହି ଡ୍ରୋନଗୁଡ଼ିକୁ କେଉଁଠାରୁ ଛଡାଯାଇଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ସେପ୍ଟେମ୍ବର ମାସରେ ସାଉଦି ଆରବର ସର୍ବବୃହତ ତେଲ କମ୍ପାନି ସାଉଦି ଆରାମକୋ ଉପରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହା ଫଳରେ ଏହି କାରଖାନାକୁ କିଛି ସପ୍ତାହ ପାଇଁ ବନ୍ଦ କରିବାକୁ ପଡିଥିଲା ।