‘ଯଦି ‘ଓମ୍’ ନୁହେଁ, ତେବେ ରାଫେଲ ଉପରେ କ’ଣ ଲେଖିଥାନ୍ତି’? ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଚଣ୍ଡୀଗଡ଼/ ନୂଆଦିଲ୍ଲୀ: ବିଜୟା ଦଶମୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଠାରେ କରିଥିବା ଶସ୍ତ୍ର ପୂଜା ଅବସରରେ ରାଫେଲ୍ ପୂଜାକୁ ସମାଲୋଚନା କରୁଥିବା କଂଗ୍ରେସ ଓ ଏହାର ନେତାମାନଙ୍କୁ ଆଜି ବେଶ ଶାଣିତ ଜବାବ ଦେଇଛନ୍ତି ରାଜନାଥ ସିଂହ।
Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ପକ୍ଷରୁ ସର୍ବପ୍ରଥମେ ଶସ୍ତ୍ର ପୂଜାକୁ ନେଇ ପ୍ରଶ୍ନ ଉଠାଇଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପଚାରିଛନ୍ତି, ‘ମୁଁ ଯେତେବେଳେ ସର୍ବ ପ୍ରଥମେ ରାଫେଲ ଜେଟ୍ ଉପରେ ‘ଓମ୍’ ଲେଖିଲି, ସେତେବେଳେ ସେ ମୋତେ ପ୍ରଶ୍ନ କଲେ, ମୁଁ କାହିଁକି ଏମିତି ଲେଖିଲି? ସେଥିପାଇଁ ମୁଁ ଆଜି ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହୁଁଛି; ଯଦି ‘ଓମ୍’ ନୁହେଁ, ତେବେ କ’ଣ ଲେଖିଥାନ୍ତି ତାହା ଦୟାକରି କୁହନ୍ତୁ’!
Defence Minister Rajnath Singh: Vijaydashmi par shastra pooja ki parampara hai. Jab meine Rafale plane par ‘Om’ likha toh logon ne kaha ki ‘Om’ kyun likha. Mein Rahul Ji se poochna chahta hun ki shastra pooja mein ‘Om’ nahi likhta toh kya likhta? #Haryana https://t.co/B6w8HxzNT5 pic.twitter.com/HsVFFsi9tT
— ANI (@ANI) October 17, 2019
ହରିୟାଣା ଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ବିଶାଳ ନିର୍ବାଚନୀ ର୍ୟାଲିରେ ଯୋଗଦେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ପବିତ୍ର ବିଜୟା ଦଶମୀ ଅବସରରେ ଶସ୍ତ୍ର ପୂଜା ଓ ବାହନ ପୂଜା ଏକ ବହୁ ପ୍ରାଚୀନ ଭାରତୀୟ ପରମ୍ପରା ହୋଇ ରହି ଆସିଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ପରିହାସ କରିବା ଅତ୍ୟନ୍ତ ବିଡ଼ମ୍ବନା ଓ ପରିତାପର ବିଷୟ।