ରୋଜଗାର ସୃଷ୍ଟିର ମୁଖ୍ୟ ଉତ୍ସଗୁଡ଼ିକର ବିକାଶ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି, ବେକାରୀ କମିବ : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଳୀ: ଆଜି ଲୋକସଭାରେ ବଜେଟ୍ ଉପସ୍ଥାପନ ହେବା ପରେ ରାଷ୍ଟ୍ର ଉଦେଶ୍ୟରେ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରୋଜଗାରର ମୁଖ୍ୟ ଉତ୍ସଗୁଡ଼ିକର ବିକାଶ ଲାଗି ଏଥର ବଜେଟ୍ରେ ବିଶେଷ ଗୁରୁତ୍ବ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ରୋଜଗାର ଉତ୍ସଗୁଡ଼ିକର ବିକାଶରେ ବେକାରୀ ସମସ୍ୟା ହଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ଦେଶରେ ୧୦୦ଟି ନୂଆ ବିମାନବନ୍ଦର ନିର୍ମାଣ କରାଯିବା ଦ୍ବାରା ପର୍ଯ୍ୟଟନ ଉଦ୍ୟୋଗର ଉନ୍ନତି ହୋଇ ପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ରାଷ୍ଟ୍ରବାସୀଙ୍କ ଉଦେଶ୍ୟରେ କହିଛନ୍ତି ଯେ ‘ଦେଶର ପର୍ଯ୍ୟଟନ ଉଦ୍ୟୋଗର ଉନ୍ନତି ପାଇଁ ବିମାନବନ୍ଦରର ଉନ୍ନତିକରଣ ଅନେକ ଗୁରୁତ୍ବ ବହନ କରୁଛି। ପର୍ଯ୍ୟଟନ କ୍ଷେତ୍ରରେ ଅଳ୍ପ ନିବେଶ କରି ଅଧିକ ରୋଜଗାର ସୃଷ୍ଟି କରିହେବ। ଏହା ଦ୍ବାରା ବେକାରୀ ସମସ୍ୟାକୁ କିଛି ମାତ୍ରାରେ ଦୂରେଇ ଦେବାର ସମ୍ଭାବନାଟିଏ ରହିଛି। ରୋଜଗାରର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି କୃଷି, ଭିତ୍ତିଭୂୂମି, ବୟନ ଶିଳ୍ପ ଓ ପ୍ରଯୁକ୍ତି ଶିଳ୍ପ । ଦେଶରେ ନିଯୁକ୍ତି ହାର ବୃଦ୍ଧି କରାଇବା ପାଇଁଁ ଏହି ୪ଟି କ୍ଷେତ୍ରର ବିକାଶ ଉପରେ ଏଥରର ବଜେଟ୍ରେ ବିଶେଷ ଗୁରୁତ୍ବ ଦିଆଯାଇଛି।’
ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଥିଲେ କି ‘ଉଡାନ୍ ଯୋଜନାକୁ ପ୍ରୋତ୍ସାହନ ଦେବାକୁ ୨୦୨୪ ମସିହା ସୁଦ୍ଧା ଦେଶରେ ୧୦୦ଟି ନୂଆ ବିମାନବନ୍ଦର ତିଆରି କରାଯିବ।’ ସେ ତାଙ୍କର ବଜେଟ୍ ଉପସ୍ଥାପନ ବେଳେ ଆହୁରି ବି କହିଥିଲେ ବି ବିଶ୍ବ ତୁଳନାରେ ଭାରତର ଏୟାର୍ ଟ୍ରାଫିକ୍ ଧୀରେ ଧୀରେ ବୃଦ୍ଧି ପାଉଛି। ପୂର୍ବରୁ ସମୁଦାୟ ୬୦୦ଟି ଏୟାର୍ ଫ୍ଲିଟ୍ ଥିବା ବେଳେ ତାହାକୁ ୧୨୦୦ କରି ଦିଆଯିବ।