ମେଷ: ପୂଜାପାଠରେ ରୁଚି ବଢ଼ିବ। ଧର୍ମ ପୁସ୍ତକ କିଣିବେ। ଉନ୍ନତିର ନୂଆ ରାସ୍ତା ମିଳିବ। ଚାକିରିଜୀବୀ ସହର ବାହାରକୁ ଯାଇପାରନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ସାରା ଦିନ ସତର୍କ ରହନ୍ତୁ। ଆପଣଙ୍କ ସାମନାକୁ କୌଣସି ଆହ୍ବାନ ଆସିପାରେ। ଟଙ୍କା ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ।
ମିଥୁନ: ନକକରାତ୍ମକ ଚିନ୍ତା ଦୂରେଇଯିବ। ଜୀବନସାଥୀଙ୍କ ସହଯୋଗରେ ଜରୁରୀ କାମ ପୂରା ହେବ। ଧନଲାଭର ଯୋଗ।
କର୍କଟ: କାର୍ଯ୍ୟ ବ୍ୟସ୍ତତାରେ ଦିନଟି ବିତିବ। ମିତ୍ରଙ୍କ ସାହାଯ୍ୟ ପାଇବେ। କୋର୍ଟ-କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଛାତ୍ରଙ୍କ କ୍ୟାରିରରେ ସଫଳତା ମିଳିବ।
ସି˚ହ: ଅଫିସରେ ସ୍ବତନ୍ତ୍ର ଦାୟିତ୍ବ ମିଳିପାରେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ସୁସମ୍ବାଦ ପାଇବେ। ପ୍ରେମ ପ୍ରସଙ୍ଗରେ ସତେଜତା ଅନୁଭବ କରିବେ।
କନ୍ୟା: କାମକୁ ନେଇ କୌଣସି ନୂଆ ବିଚାର ସୃଷ୍ଟି ହୋଇପାରେ। କିଛି ଲୋକ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଛାତ୍ରୀଙ୍କ କ୍ୟାରିଅର ଲାଗି ନୂଆ ସୁଯୋଗ।
ତୁଳା: ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଲାଭପ୍ରଦ ହେବ। ବିଚାରଗତ ମାମଲା ସହଜରେ ସମାଧାନ ହୋଇଯିବ। ଜୀବିକା ସଂପର୍କରେ ଭଲ ଖବର ପାଇବେ।
ବିଛା: ଆପଣଙ୍କ କଥା ଓ କାମ କରିବା କୌଶଳ ଅନ୍ୟମାନଙ୍କୁ ଖୁସି କରାଇବ। ବେରୋଜଗାରଙ୍କୁ ଚାକିରିର ପ୍ରସ୍ତାବ ମିଳିପାରେ। ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ।
ଧନୁ: ଆପଣଙ୍କ ସକରାତ୍ମକ ବ୍ୟବହାର ଲୋକମାନଙ୍କୁ ପ୍ରଭାବିତ କରିବ। କ୍ୟାରିଅର ସମ୍ବନ୍ଧରେ ନୂଆ ସୁଯୋଗ ପାଇବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା।
ମକର: ମଧୁର କଥା କହି ଅନ୍ୟର ମନ ଜିଣିବେ। ବ୍ୟବସାୟରେ ଲାଭ-କ୍ଷତି ଲାଗିରହିବ। ପିଲାମାନେ ନିଜ ସାଙ୍ଗସାଥୀଙ୍କ ସହିତ ଉଦ୍ୟାନକୁ ଯିବେ।
କୁମ୍ଭ: ଉତ୍ତମ ସୁଯୋଗଟିଏ ମିଳିପାରେ। ସବୁ କାମ ଆପଣଙ୍କ ମନମୁତାବକ ହେବ। ବ୍ୟବସାୟରେ ଅଧିକ ଧନଲାଭ।
ମୀନ: ସମୟ ପୂର୍ବରୁ କାମ ଶେଷ ହେବ। ମାନସମ୍ମାନ ବୃଦ୍ଧି। ଅଫିସ କାମରେ ସମସ୍ତଙ୍କ ସହଯୋଗ ପାଇବେ। ବେପାରରେ ଫାଇଦା ହେବ।