ସୋନିଆଙ୍କ ପରାମର୍ଶକୁ ଆଇଏନ୍ଏସ୍ର ବିରୋଧ
ମତେ ସମ୍ମାନ ଦେବାକୁ ଚାହୁଥିଲେ ଗରିବଙ୍କୁ ସାହାଯ୍ୟ କର: ମୋଦୀ
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୫ଟି ପରାମର୍ଶ ଦେଇଥିଲେ। ସୋନିଆଙ୍କ ପରାମର୍ଶରେ ଖର୍ଚ୍ଚକାଟ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସୋନିଆ ମୋଦୀଙ୍କୁ ଦେଇଥିବା ପରାମର୍ଶରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଦିଆଯାଉଥିବା ସରକାରୀ ବିଜ୍ଞାପନ ୨ ବର୍ଷ ବନ୍ଦ କରିବାପାଇଁ କହିଥିଲେ। ତେବେ ସୋନିଆଙ୍କ ଏହି ପରାମର୍ଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଇଣ୍ଡିଆନ୍ ନ୍ୟୁଜ୍ପେପର ସୋସାଇଟି (ଆଇଏନ୍ଏସ୍)। ସୋନିଆ ସରକାରଙ୍କୁ ଦେଇଥିବା ଏଭଳି ପରାମର୍ଶକୁ ସେ ପ୍ରତ୍ୟାହାର କରିନିଅନ୍ତୁ ବୋଲି ସୋସାଇଟି ପକ୍ଷରୁ ଅନୁରୋଧ କରାଯାଇଛି। ଏଭଳି ଏକ ପ୍ରସ୍ତାବ ଆର୍ଥିକ ପ୍ରତିବନ୍ଧକ ସହ ସହ ସମାନ ବୋଲି ସୋସାଇଟି ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମତେ ସମ୍ମାନ ଦେବାକୁ ଚାହୁଥିଲେ ଗରିବଙ୍କୁ ସାହାଯ୍ୟ କର: ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନ ଜଣାଇ ୫ ମିନିଟ୍ ଠିଆ ହେବାପାଇଁ କିଛି ଲୋକଙ୍କ ଦ୍ବାରା ଏକ ପ୍ରଚାର ଅଭିଯାନ ଆରମ୍ଭ ହୋଇଥିବାବେଳେ ମୋଦୀ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ‘ଟୁ ଷ୍ଟାଣ୍ଡ୍ ଫର୍ ୫ ମିନିଟ୍ସ ଇନ୍ ମୋଦିସ୍ ଅନର୍’ ନାମକ ଏହି ଅଭିଯାନକୁ ମୋଦୀ ଘୋର ବିରୋଧ କରିଛନ୍ତି। ମୋଦୀ କହିଛନ୍ତି, କିଛି ଲୋକ ମତେ ସମ୍ମାନ ଜଣାଇ ଲୋକମାନଙ୍କୁ ୫ ମିନିଟ୍ ଠିଆ ହେବାପାଇଁ କହୁଛନ୍ତି। ଏଭଳି କାର୍ଯ୍ୟ ମତେ ଅଯଥା ବିବାଦ ମଧ୍ୟକୁ ଟାଣିନେବ ବୋଲି ମୋଦୀ ଟ୍ବିଟ୍ କରି କହିଛନ୍ତି। ଏଭଳି ଅଭିଯାନକୁ ସେ ଦୃଢ଼ ବିରୋଧ କରୁଥିବା କହିଛନ୍ତି। ମୋଦୀ କହିଛନ୍ତି, ଲୋକେ ଏଭଳି ସଙ୍କଟ ସମୟରେ ଗରିବଙ୍କୁ ସହଯୋଗ କରିବା ଉଚିତ୍ । ଯଦି ମୋଦୀଙ୍କୁ ପ୍ରକୃତରେ ସମ୍ମାନ ଏବଂ ଭଲପାଇବା ଦେବାକୁ ଚାହୁଛନ୍ତି, ତେବେ ଜଣେ ଗରିବ ପରିବାରର ଦାୟିତ୍ବ ନିଅନ୍ତୁ। ଅତି କମ୍ରେ କରୋନା ସଙ୍କଟ ଥିବା ପର୍ଯ୍ୟନ୍ତ ଜଣେ ଗରିବଙ୍କର ଦାୟିତ୍ବ ନିଅନ୍ତୁ। ଏହା ହିଁ ମୋ ପାଇଁ ସବୁଠାରୁ ବଡ଼ ସମ୍ମାନ ହେବ ବୋଲି ମୋଦୀ କହିଛନ୍ତି।