ବସ୍ତା: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକର କୁଳିଦା ପଞ୍ଚାୟତ ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି। ସରପଞ୍ଚ ସୁନିଲ କୁମାର ସେନାପତିଙ୍କ ନେତୃତ୍ବରେ ପଞ୍ଚାୟତର ଆଶା, ଅଙ୍ଗନୱାଡି କର୍ମୀ,ଏସ ଏଚ ଜି ଗ୍ରୁପର ମହିଳାଙ୍କ ସହ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀମାନଙ୍କୁ ନେଇ ଯୋଗ ଶିକ୍ଷା ଦିଆଯାଇଥିଲା ।ଯୋଗଶିକ୍ଷା ପରେ ସରପଞ୍ଚ ସମସ୍ତଙ୍କୁ ମାସ୍କ ଓ,ସାନିଟାଇଜର ସହ ଉତ୍ତରୀୟ ପ୍ରଦାନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଯୋଗ ଗୁରୁ ଅଚ୍ୟୁତ ମହାନ୍ତି ଯୋଗ କଲେ ମଣିଷ ନିରୋଗ ରହିବା ସହ ସୁସ୍ଥ ରହିବେ ବୋଲି କହିଥିଲେ। ପ୍ରତ୍ୟେକ ଦିନ ଜଣେ ମଣିଷ ଯଦି ୩୦ ମିନିଟ ଯୋଗ କରେ, ତେବେ ସେ ନିଶ୍ଚିତ ଭାବରେ ନିଜ ଶରୀରକୁ ରୋଗମୁକ୍ତ କରିପାରିବା ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଯୋଗ ଦିବସ ଏକଜୁଟ୍ ହେବାର ଦିନ। ଆଜିର ଦିନକୁ ଭାବାତ୍ମକ ଦିନ କହିଲେ ଭୁଲ୍ ହେବନି, କରୋନା ସଂକଟ ବେଳେ ଯୋଗାଭ୍ୟାସ, ପ୍ରାଣାୟମ ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।