ଦେଶବାସୀଙ୍କୁ ସତର୍କ କଲେ ସରକାର, ସାଇବର ଆକ୍ରମଣ କରିପାରେ ଚୀନ୍ ସେନା

ନୂଆଦିଲ୍ଲୀ : ମାଗଣାରେ କୋଭିଡ୍–୧୯ ନମୁନା ପରୀକ୍ଷଣ କରାଇ ଦେବାର ପ୍ରତିଶ୍ରୁତି ବାହାନାରେ ଭାରତୀୟଙ୍କ ସାମୂହିକ ଗୋପନ ତଥ୍ୟ ହଡ଼ପ କରିନେବା ପାଇଁ ଚୀନ୍ ସେନା ମସୁଧା ଚଳାଇଥିବା ଆଶଙ୍କା କରି ସରକାର ଦେଶବାସୀଙ୍କୁୁ ସତର୍କ କରାଇ ଦେଇଛନ୍ତିା ସେହିପରି ସାମାଜିକ ଗଣମାଧ୍ୟମରେ ମଧ୍ୟ ଇ–ମେଲ୍ କି ମେସେଜ୍‌ ମାଧ୍ୟମରେ ନିଜର ବ୍ୟକ୍ତିଗତ ଏବଂ ଆର୍ଥିକ ସ୍ଥିତି ସମ୍ପର୍କିତ ଗୋପନ ତଥ୍ୟ ପ୍ରକାଶ କରିବା ପାଇଁ ମଧ୍ୟ ପ୍ରଲୋଭିତ କରାଯିବାର ଆଶଙ୍କା ମଧ୍ୟ ରହିଛିା ତେଣୁ ମାଗଣା କୋଭିଡ୍ ପରୀକ୍ଷା, କୌଣସି ସୂତ୍ରରୁ ଅଯାଚିତ ସାହାଯ୍ୟ ମିଳିବା କିମ୍ବା କୌଣସି ଲଟେରି ବା ପୁରସ୍କାର ଜିତିବା ଭଳି ଲୋଭନୀୟ ପ୍ରସ୍ତାବରେ ନ ଫସିବା ପାଇଁ ସରକାର ଦେଶବାସୀଙ୍କୁ ସତର୍କ କରାଇଦେଇଛନ୍ତି। ବିଶେଷ କରି ବିଭିନ୍ନ ଜନହିତକର ଯୋଜନାରେ ସରକାର ହିତାଧିକାରୀମାନଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ନଗଦ ଅର୍ଥରାଶି ସ୍ଥାନାନ୍ତର କରୁଥିବା ବେଳେ ସେଗୁଡି଼କର ଦେଖାଶୁଣା କରୁଥିବା ବିଭିନ୍ନ ସରକାରୀ ସଂସ୍ଥା ଏବଂ ବ୍ୟାବସାୟିକ ପ୍ରତିଷ୍ଠାନଗୁଡି଼କର ନକଲି ପ୍ରତିରୂପ ମାଧ୍ୟମରେ ହିତାଧିକାରୀମାନେ ଏପରି ଠକାମିର ଶିକାର ହେବାର ବେଶୀ ଆଶଙ୍କା ରହିଛିା ସେହିଭଳି ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ ଓ ଅହମଦାବାଦର ସାଧାରଣ ନାଗରିକଙ୍କର କୋଭିଡ୍ ପାଇଁ ନମୁନା ପରୀକ୍ଷା କରାଯିବ ବୋଲି ଶିରୋନାମା ରଖି ଏପରି ପ୍ରଲୋଭିତ କରିବାର ଆଶଙ୍କା ରହିଛି। ଏପରି ଠକ ଦଳ ୨୦ ଲକ୍ଷ ଭାରତୀୟଙ୍କ ଇ–ମେଲ୍ ଠିକଣା ସଂଗୃହୀତ କରି ରଖିଛନ୍ତି ଏବଂ ଆଗାମୀ ୨୧ ତାରିଖରୁ ଏପରି ତଥ୍ୟ ହଡ଼ପ ଆକ୍ରମଣ ଆରମ୍ଭ ହେବ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛିା

ତେବେ ଏଥିରେ ନ ଫସିବା ପାଇଁ କିଛି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛିା ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ସରକାରୀ ଭଳି ମନେ ହେଉଥିବା କୌଣସି ଅଜଣା ଇ–ମେଲ୍ କିମ୍ବା ମେସେଜକୁ ଆଦୌ ଦୃଷ୍ଟି ନଦେବାକୁ କୁହାଯାଇଛିା ଏପରିକି ସଂପୃକ୍ତ ବାର୍ତ୍ତା ପ୍ରେରକ ଜଣାଥିଲେ ବି ତାଙ୍କ ବାର୍ତ୍ତା ସହ ସଂଲଗ୍ନ ତଥ୍ୟ ଖୋଲିବାରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ହେବ। ସେହିପରି ଇ–ମେଲ୍ ଠିକଣା କି ବାର୍ତ୍ତାରେ ରହିଥିବା ସାମାନ୍ୟତମ ବନାନଗତ ତ୍ରୁଟିକୁ ମଧ୍ୟ ଅନୁଧ୍ୟାନ କରିବାକୁ ହେବା ତେବେ କୌଣସି ଅଜଣା ଓ୍ବେବସାଇଟ୍ କିମ୍ବା ଲିଙ୍କରେ ନିଜର ବ୍ୟକ୍ତିଗତ ଆର୍ଥିକ ସୂଚନାକୁ କୌଣସି ପରିସ୍ଥିତିରେ ବି ଛାଡି଼ବା ପାଇଁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର