ଭୁବନେଶ୍ବର : ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ତମାଣ୍ଡୋ ଶାଖାର ଜନୈକ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ଜୁଲାଇ ୮,୯,୧୦ ତାରିଖରେ ଯେଉଁମାନେ ଉକ୍ତ ବ୍ୟାଙ୍କକୁ ଯାଇଥିଲେ, ସେମାନେ ତମାଣ୍ଡୋ ପଞ୍ଚାୟତ କାର୍ଯ୍ୟାଳୟରେ ପଂଜୀକରଣ କରିବା ସହିତ ହୋମ୍ କ୍ବାରାଣ୍ଟିନ୍ରେ ରହିବାକୁ ତମାଣ୍ଡୋ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଯଦି ହୋମ୍ କ୍ବାରାଣ୍ଟିନ୍ରେ ରହିବାରେ କୌଣସି ଅସୁବିଧା ହୁଏ, ତେବେ ପଞ୍ଚାୟତ ସ୍ତରୀୟ ଟିଏମ୍ସିରେ ରହି ପାରିବେ।