ସମ୍ବଲପୁର : ପଶ୍ଚିମ ଓଡ଼ିଶାର ସମସ୍ୟା ଓ ଦାବିକୁ ସ୍ଥାନୀୟ ଭାଷାରେ ସଫଳ ଭାବେ ଉପସ୍ଥାପନ କରିବା ପାଇଁ ସାମ୍ବାଦିକଙ୍କ ସମନ୍ବିତ ପ୍ରୟାସ ସହ ଅଞ୍ଚଳବାସୀଙ୍କ ସହଯୋଗ ଓ ଆନ୍ତରିକତାର ଆବଶ୍ୟକତା ରହିଛି ବୋଲି ବୋଲି ମତ ପ୍ରକାଶ ପାଇଛି। ଇନ୍ସପାୟର୍ ଅନୁଷ୍ଠାନ ଆନୁକୂଲ୍ୟରେ ତଥା ରେଡିଓ ଗୁଞ୍ଜନ୍ ସହଯୋଗରେ ‘ସ୍ଥାନୀୟ ଭାଷାରେ ସାମ୍ବାଦିକତା- ସମସ୍ୟା ଓ ସୁଯୋଗ’ ଶୀର୍ଷକ ଏକ ଅନ୍ଲାଇନ୍ ଆଲୋଚନାଚକ୍ରରେ ବକ୍ତାଭାବେ େଯାଗ ଦେଇ ପଶ୍ଚିମ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଗଣ କଠୋର ସାହିତ୍ୟିକ ଶୁଦ୍ଧତା -ଅଶୁଦ୍ଧତାକୁ ବିଚାର ନ କରି ଗଣମାଧ୍ୟମରେ ସରଳ ଓ ବୋଧଗମ୍ୟ ବ୍ୟାବହାରିକ ଭାଷାର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ଅନୁଷ୍ଠିତ ଏହି ୱେବିନାରକୁ ଅଧ୍ୟାପକ ତଥା ଭାଷାବିତ୍ ମୋହନ ସାହୁ ସଂଯୋଜନା କରିଥିବାବେଳେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ବରିଷ୍ଠ ସାମ୍ବାଦିକ ଶିବ ଶଂକର ନନ୍ଦ, ମେହବୁବ ମେହତାବ, ମନୋରଂଜନ ଯୋଶୀ ଆଲୋଚକଭାବେ ଯୋଗ ଦେଇଥିଲେ। ଇନ୍ସପାୟାରର ସମ୍ପାଦକ ତଥା ରେଡିଓ ଗୁଞ୍ଜନର କେନ୍ଦ୍ର ନିର୍ଦେଶକ ନିହାର ରଞ୍ଜନ ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ସଫଳ କରିବାରେ ସମୀର ରଞ୍ଜନ ବାବୁ, ସୁଶାନ୍ତ ପୁରୋହିତ, ଫଣିଭୂଷଣ ମିଶ୍ର, ମୋହନ ଦାସ, ସଂଜୀବ ନାଥ, ପ୍ରଦ୍ୟୋତ ପଟ୍ଟନାୟକ, ଅମରେଶ ବେହେରା, ବିପ୍ଲବ ଡନସନା, ସମୀର ହୋତା, ଶାଶ୍ୱତ ପଣ୍ଡା, ସଞ୍ଜୟ ଘୋଷ, ଲଷ୍ମୀକାନ୍ତ ମହାପାତ୍ର, ନିମାଇଁ ଭୋଇ, ଅଜିତ ରଥ, ସଂଜୀବ ମିଶ୍ର, ଅନୁରାଗ ପାତ୍ର, ରାହୁଲ ମୋଦକ ପ୍ରମୁଖ ସହଯୋଗ କରିଥିଲେ।