କୁଚିଣ୍ଡା: କୁଚିଣ୍ଡା ସହର ଦେଇ ଯାଇଥିବା ଜାତୀୟ ରାଜପଥ ୨୦୦ ଜାତୀୟ ରାଜପଥ ୪୯ ଘୋଷଣା ହେବା ସହିତ କୁଚିଣ୍ଡା ବଣେଇ ରାସ୍ତାକୁ ମାଇନସ ରାସ୍ତା ଘୋଷଣା ପରେ ଏହି ରାସ୍ତାରେ ନିୟମିତ ହଜାର ସଂଖ୍ୟାରେ ମାଲ ବୋଝେଇ ୧୦,୧୨,୧୪ ପରି ବହୁ ଭାରିଯାନ ଯାତାୟତ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାସ୍ତାର ବ୍ୟବସ୍ଥା ଯୋଗୁଁ ଏନଏଚଆଇ କୁଚିଣ୍ଡା ସହର ବାହାରେ ଏକ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଦୁଇ ବର୍ଷ ହେବ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ସରିନାହିଁ। ଏହି ରାଜପଥ ବାଇପାସ ନିର୍ମାଣ ରାସ୍ତାରେ ଏକ ସାଙ୍ଗରେ ଭେଡେନ ଓ ଖର୍ଲା ନଦୀ ଉପରେ ସେତୁ ନିର୍ମାଣ କାମ ଚାଲିଛି। ସହର ଦେଇ ଟ୍ରାଫିକ ସମସ୍ୟା ସବୁ ସମୟରେ ଦେଖାଦେଇଛି।
ପ୍ରଶାସନ ପକ୍ଷରୁ ସକାଳ୯.୦୦ଟାରୁ ୧.୦୦ଓ ସଂଧ୍ୟା ୫.୦୦ରୁ ୯.୦୦ ପର୍ଯ୍ୟନ୍ତ ସହରକୁ ଭାରିଯାନ ଯାତାୟତ ବନ୍ଦ ରଖିଥିଲେ ମଧ୍ୟ ବହୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ସବୁଠାରୁ ଅଧିକ ବିପଦ ହେଉଛି ସକାଳେ ଓ ସଂଧ୍ୟାରେ ଲୋକମାନେ ମର୍ଣ୍ଣିଙ୍ଗ ଓ୍ବାର୍କରେ ଯାଉଥିବା ସମୟରେ ପ୍ରତି ମୁହୁର୍ତ୍ତରେ ଦୁର୍ଘଟଣା ଆଶଙ୍କା ଉପୁଜୁଛି। କୁଚିଣ୍ଡା ବଣେଇ ରାସ୍ତା,ଓ କୁଚିଣ୍ଡା ତିଲେଇବଣି ରାସ୍ତାକୁ ତୁରନ୍ତ ଓ୍ବାନ ଓ୍ବେ କରାଯିବା ସହିତ କୁସମୀ ରୋଡ଼ ପେଟ୍ରୋଲ ପମ୍ପ ନିକଟରେ ଏକ ଓଭରବ୍ରିଜ ନିର୍ମାଣ କରିବା ପାଇଁ ଜନସାଧାରଣରେ ଦାବି ହେଉଛି।