ଟ୍ରାକ୍ଟରରୁ ପଡ଼ି ଶ୍ରମିକ ମୃତ, ଶବକୁ ବୁଦାକୁ ଫିଙ୍ଗିଦେଲେ!

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍‌ ସାଇପାଲି ପଂଚାୟତ ପୁଟୁକା ଗ୍ରାମର ଭୀମ ରାୟ(୨୩) ଶନିବାର ସଂଧ୍ୟାରେ ଟ୍ରାକ୍ଟରରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ଭୀମ କଟାପାଲି ଗ୍ରାମର ଜନୈକ ଟ୍ରାକ୍ଟର ମାଲିକଙ୍କଠାରେ କାମ କରୁଥିଲେ। ପୁଟୁକିଗ୍ରିଂଜେଲରୁ ବାଲି ଆଣି ଫେରୁଥିବା ବେଳେ ସେ ଟ୍ରାକ୍ଟର ଟ୍ରଲିରୁ ଖସି ପଡ଼ିଥିଲେ। ଫଳରେ ଟ୍ରାକ୍ଟରର ପଛ ଚକାରେ ତାଙ୍କ ମୁଣ୍ତ ପିଟି ହୋଇ ଘଟଣାସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା। ଏହି ସମୟରେ ଟ୍ରାକ୍ଟରର ମାଲିକ ନିଜେ ଗାଡ଼ି ଚଳାଉଥିଲେ। ଭୀମଙ୍କ ମୃତ୍ୟୁ ହୋଇଯିବା ଜାଣି ଟ୍ରାକ୍ଟର ମାଲିକ ଶବକୁ ବୁଦା ଉହାଡ଼କୁ ଫିଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ବିଜେପୁର ପୁଲିସ୍‌ ଖବର ପାଇ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଥିବାର ସୂଚନା ମିଳିଛି। ଟ୍ରାକ୍ଟର ମାଲିକଙ୍କ ସମେତ ଦୁଇ ଜଣଙ୍କୁ ପୁଲିସ୍‌ ଥାନାରେ ଆଣି ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର