ଉତ୍ତରାଖଣ୍ଡ ହିମସ୍ଖଳନ: ବିପଦରେ ୩୮୫ ଗାଁ, ସ୍ଥାନାନ୍ତର ପାଇଁ ଆବଶ୍ୟକ ୧୦,୦୦୦କୋଟି
ଚମୋଲି: ଗତ ରବିବାର ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ୍ ପାଣି ମାଡ଼ି ଆସିବାରୁ ପ୍ରାୟ ୨୦୦ ଲୋକ ପାଣିରେ ଭାସିଯାଇଥିଲେ। ଏ ପର୍ଯ୍ୟନ୍ତ ୩୮ଜଣଙ୍କ ମୃତଦେହ ମିଳିଥିବା ବେଳେ ତପୋବନ ଟନେଲରେ ଫସିଥିବା ୩୯ଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଏ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହିମସ୍ଖଳନ ପରେ ଉତ୍ତରାଖଣ୍ଡର ୩୮୫ଟି ଗାଁ ଲୋକଙ୍କ ଜୀବନ ବପଦରେ ରହିଛି। ଏହା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ୧୦,୦୦୦କୋଟି ଟଙ୍କା ଆବଶ୍ୟକ ରହିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ମଧ୍ୟରେ ସର୍ବାଧିକ ୧୨୯ଟି ଗ୍ରାମ ପିଥୋରାଗଡ଼ ଜିଲ୍ଲାରେ ରହିଛି। ସେ ଭିତରୁ ଉତ୍ତରକାଶୀରେ ୬୨, ଚମୋଲିରେ ୬୧, ବାଗେଶ୍ୱରରେ ୪୨, ତେହେରୀରେ ୩୩, ପୌରୀରେ ୨୬, ରୁଦ୍ରପ୍ରୟାଗରେ ୧୪, ଚମ୍ପାୱଟରେ ୧୦, ଆଲମୋରାରେ ୯, ନୈନିତାଲରେ ୬ଟି, ଡେରାଡୁନରେ ୨ଟି ଏବଂ ଉଦମ୍ ସିଂ ନାଗରରେ ଗୋଟିଏ ଗ୍ରାମ ରହିଛି।
ତେହେରୀ, ଚମୋଲି, ଉତ୍ତରକାଶୀ ଏବଂ ବାଗେଶ୍ୱର ଜିଲ୍ଲାର ୫ଟି ଗ୍ରାମର ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପାଇଁ ଗୁରୁବାର ଦିନ ନିର୍ଦ୍ଦେଶ ଜାରି କରାଯିବା ସହ ଏ ନେଇ ୨.୩୮କୋଟି ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ। ଗୃହ ନିର୍ମାଣ, ଏକ ଗୁହାଳ ଏବଂ ଏହା ବ୍ୟତୀତ ସ୍ଥାନାନ୍ତର ଭତ୍ତା ପାଇଁ ଏହି ଅର୍ଥ ଆବଣ୍ଟନ କରାଯାଇଛି।