ଭୁବନେଶ୍ବର : ରାଜ୍ୟରେ ଆଜି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଟିକାର ଅଭାବ ଦୃଷ୍ଟିରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସବୁ ଜିଲ୍ଲାରେ ଟିକାକରଣ କରାଯିବ ନାହିଁ। କେବଳ ୩୦୨ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ରାଜ୍ୟରେ ୪୬୯ଟି ଅଧିବେଶନରେ ୪୩,୮୫୩ଜଣଙ୍କୁ ଟିକା ଦିଆଯାଇଥିଲା। ଏଥିରେ ୪୫ବର୍ଷରୁ ଅଧିକ ୨୨,୪୭୫ଜଣଙ୍କୁ ପ୍ରଥମ ଓ ୧୮,୪୬୪ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। କେବଳ ଭୁବନେଶ୍ବରରେ ଜଣଙ୍କଠାରେ ଟିକାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରାଜ୍ୟରେ ସମୁଦାୟ ୫୭ଲକ୍ଷ ୪୮ହଜାର ୭୬୯ଜଣ ଟିକା ନେଇ ସାରିଲେଣି। ସେହିପରି ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ପକ୍ଷରୁ ୯୭ପ୍ରତିଶତ ପ୍ରଥମ, ୮୭ ପ୍ରତିଶତ ଦ୍ବିତୀୟ, ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୯୫ ପ୍ରତିଶତ ପ୍ରଥମ ଓ ୮୭ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି।
ଅପରପକ୍ଷରେ ଆଜିଠାରୁ ୧୮ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଅପରାହ୍ଣ ୪ଟାରେ ଏହା ଖୋଲିବା ପରେ ସାଇଟ୍ କ୍ରାସ ହୋଇ ଯାଇଥିଲା। ଲୋକମାନଙ୍କୁ ପଞ୍ଜୀକରଣରେ ସମସ୍ୟା ଉପୁଜିଥିଲା। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ପଞ୍ଜୀକରଣରେ ସମସ୍ୟା ନେଇ ତାଙ୍କ ନିକଟକୁ କୌଣସି ସୂଚନା ଆସିନାହିଁ। ତେବେ ଟିକାର ଅଭାବ ପାଇଁ ଆସନ୍ତାକାଲି ୧୨ଟି ଜିଲ୍ଲାରେ ଟିକାକରଣ ହୋଇପାରୁ ନାହିଁ। ଆଜି ଆସିଥିବା ୯୦ହଜାର ଡୋଜ୍ର ‘କୋଭିସିଲ୍ଡ’ ଜିଲ୍ଲାରେ ପହଞ୍ଚିବା ପରେ ଟିକାକରଣ ପୂର୍ବଭଳି ଜାରି ରହିବ। ସେହିପରି ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନି ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନ ଥିବା ସେ କହିଛନ୍ତି। ଯେତେଶୀଘ୍ର ଟିକା ଆସିବ ସେହି ଅନୁଯାୟୀ ପଞ୍ଜୀକରଣ କରିଥିବା ୧୮-୪୪ବର୍ଷର ବ୍ୟକ୍ତିଙ୍କୁ ଟିକା ପ୍ରଦାନ ନେବା ଲାଗି ସ୍ଲଟ୍ ପ୍ରଦାନ କରାଯିବ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।