ଭୁବନେଶ୍ବରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳକୁ ଖସିଲା
ଭୁବନେଶ୍ବର : ଭୁବନେଶ୍ବର ମହାନଗର ଅଞ୍ଚଳରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୫୦୦ ତଳକୁ ଖସିଛି । ଏହା ସହିତ ଦୈନିକ ଆରୋଗ୍ୟ ସଂଖ୍ୟା କ୍ରମାଗତ ଭାବେ ୧ ହଜାର ଉପରେ ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭୁବନେଶ୍ବରରେ ଆଜି ୪୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩୫୩ ଥିବାବେଳେ ୧୧୮ଟି କ୍ବାରାଣ୍ଟିଇନ ମାମଲା ରହିଛି । ଏହାକୁ ମିଶାଇ ଭୁବନେଶ୍ବର ମହାନଗର ଅଂଚଳରେ ଏପର୍ୟ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୨୩୫୪କୁ ବୃଦ୍ଧି ପାଇଛି । ତେବେ ଆଜି ଭୁବନେଶ୍ବରରେ ୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ମୃତ୍ୟୁ ସଂଖ୍ୟା ୩୨୮ରେ ପହଞ୍ଚିଛି ।
ଏହାସହିତ ଆଜି ଭୁବନେଶ୍ବରରୁ ୧୦୬୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହା ଫଳରେ ଏପର୍ୟ୍ୟନ୍ତ ମୋଟ ଆରୋଗ୍ୟ ସଂଖ୍ୟା ୫୯୯୦୮କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ବିଏମସି ଅଂଚଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୯୭କୁ ହ୍ରାସ ପାଇଛି ।