ଗୁପ୍ତାଙ୍ଗରେ ମଦ ବୋତଲ ପୂରାଇବା ସହ ମହିଳାଙ୍କ ସହ କଲେ ଗଣଦୁଷ୍କର୍ମ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ଜଣେ ମହିଳାଙ୍କ ଯୌନ ଶୋଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ରାଜସ୍ଥାନର ଯୋଧପୁରରେ ସୁଟିଂ ହୋଇଥିବାର କୁହାଯାଉଛି ଓ ଏହାକୁ କେନ୍ଦ୍ର କରି ନିକଟରେ ନାଗାଲାଣ୍ଡର ଜଣେ ମହିଳା ଆତ୍ମହତ୍ୟା ମଧ୍ୟ କରିଥିଲେ। ତେବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ ଏହି ଭିଡିଓ ଯୋଧପୁର ଘଟଣା ସହ ଜଡିତ ନୁହେଁ। ଭାଇରାଲ ଭିଡିଓରେ ଚାରି ଜଣ ପୁରୁଷ ଏବଂ ଜଣେ ଝିଅ, ଜଣେ ମହିଳାଙ୍କୁ ଯୌନ ଶୋଷଣ କରୁଥିବା ଦେଖିବାକୁ ମିଳିଛି। ଶୋଷଣ ପରେ ଅଭିଯୁକ୍ତମାନେ ପୀଡିତାଙ୍କ ଗୁପ୍ତାଙ୍ଗରେ ଏକ ମଦ ବୋତଲ ମଧ୍ୟ ପୂରାଇଥିବାର ଦେଖିବାକୁ ମିଳିଛି |

ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହାକୁ ରାଜସ୍ଥାନର ଯୋଧପୁରରେ ହୋଇଥିବା ଆତ୍ମହତ୍ୟା ଘଟଣା ସହ ଯୋଡ଼ିଛନ୍ତି । ସୂଚନା ଥାଉ କି ଯେ, ମେ ୨୩ ରେ, ନାଗାଲାଣ୍ଡର ଜଣେ ୨୫ ବର୍ଷୀୟା ମହିଳା ଯୋଧପୁରରେ ଆତ୍ମହତ୍ୟା କରିଥିଲେ | ସେ ଯୋଧପୁରର ‘ନବୀନ ଜୁସ୍ ରେଷ୍ଟୁରାଣ୍ଟ’ରେ କାମ କରୁଥିଲେ।


ଏହି ଭାଇରାଲ ଭିଡିଓକୁ ଯୋଧପୁରର ବୋଲି କୁହାଯାଉଥିବାବେଳେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଅସ୍ବୀକାର କରି ଟ୍ୱିଟ୍ କରି କହିଛନ୍ତି ଯେ ଉତ୍ତର-ପୂର୍ବର ଜଣେ ମହିଳାଙ୍କୁ ୪ ଜଣ ପୁରୁଷ ଏବଂ ଜଣେ ମହିଳା ଅତି ନିର୍ମମ ଭାବରେ ଦୁଷ୍କର୍ମ କରିଥିବା ଭିଡିଓ ଭାଇରାଲ ହେଉଛି। ସେ କହିଛନ୍ତି ଯେ ଯୋଧପୁରର ପୁଲିସ କମିଶନରଙ୍କ ସହ କଥାବାର୍ତ୍ତା ହୋଇଛି । ତେବେ ଅପରାଧୀଙ୍କୁ ଧରିବା ପାଇଁ ସମସ୍ତ ରାଜ୍ୟ ପୁଲିସକୁ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ପଡ଼ିବ। ଏହା ସହିତ ଆସାମ ପୁଲିସର ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି ଯେ ମୁଁ ଦେଶର ନାଗରିକମାନଙ୍କୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୁଲିସକୁ ସାହାଯ୍ୟ କରିବାକୁ ନିବେଦନ କରୁଛି।

ସମ୍ବନ୍ଧିତ ଖବର