ଚଣ୍ତିଖୋଲ/ବଡ଼ଚଣା : ଚଣ୍ତିଖୋଲ ଛକ ନିକଟରୁ ଗତକାଲି ରାତିରେ ଅତିରିକ୍ତ ତହସିଲଦାର ଜବତ କରିଥିବା ଏକ କଳାପଥର ବୋଝାଇ ମିନି ଟ୍ରକକୁ ଛଡ଼ାଇନେଇଥିଲେ ଦୁର୍ବୃତ୍ତ। ଏ ଖବର ପାଇ ଚଣ୍ତିଖୋଲ ଫାଣ୍ତି ପୁଲିସ ଚଢ଼ଉ କରି ଟ୍ରକଟିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଧର୍ମଶାଳା ତହସିଲ୍ ଆରୁହା ଅଞ୍ଚଳରୁ କଳାପଥର ବୋଝେଇ କରି (ଓଡି ୦୪ କେ ୩୨୭୮) ଟ୍ରକ୍ ଚଣ୍ତିଖୋଲ ଅଭିମୁଖେ ଆସୁଥିବା ବେଳେ ଅତିରିକ୍ତ ତହସିଲଦାର୍ ନିରଞ୍ଜନ ଗୁରୁ ଚଣ୍ତିଖୋଲ ଛକ ନିକଟରେ ଚାଳକଙ୍କୁ କାଗଜପତ୍ର ମାଗିଥିଲେ। ହେଲେ ଚାଳକ କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ। ଏହା ପରେ ଅତିରିକ୍ତ ତହସିଲଦାର ଟ୍ରକଟିକୁ ଜବତ କରିବା ସହ ଚଣ୍ତିଖୋଲ ଫାଣ୍ତିକୁ ନେଉଥିଲେ। ଏହି ସମୟରେ କେତେକ ଦୁର୍ବୃତ୍ତ ତାଙ୍କୁ ଧମକଚମକ ଦେଇ ଗାଡ଼ି ଛଡ଼ାଇ ନେଇ ପଳାଇ ଯାଇଥିଲେ। ଏନେଇ ଚଣ୍ତିଖୋଲ ଫାଣ୍ତିରେ ଅଭିଯୋଗ ହେବା ପରେ କେସ୍ ନଂ ୨୯୯/୨୧ରେ ଏକ ମାମଲା ରୁଜୁ କରାଯାଇ ଧର୍ମଶାଳା ଥାନା ଜାବରାଠାରେ ଚଢ଼ଉ କରି ଟ୍ରକକୁ ଜବତ କରିଥିଲେ। ଏହାର ଚାଳକ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ବରଦା ଗ୍ରାମର ସୁରେଶ ଦେହୁରୀ (୩୨)କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଫାଣ୍ତି ଅଧିକାରୀ ଚିତ୍ତରଞ୍ଜନ ଜେନା ସୂଚନା ଦେଇଛନ୍ତି। ଗାଡ଼ି ଛଡ଼ାଇ ନେଇଥିବା ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଫାଣ୍ତି ଅଧିକାରୀ ସୂଚନା ଦେଇଛନ୍ତି।