ଲଖିମପୁର ଖେରି ହିଂସା: ମସ୍ତିଷ୍କରେ ଆଘାତ ପାଇଁ ୮ଜଣଙ୍କର ହୋଇଛି ମୃତ୍ୟୁ, ବାଜିନି ଗୁଳି
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ରବିବାର ଦିନ ହୋଇଥିବା ହିଂସା ଘଟଣାରେ ମୃତ୍ୟୁବରଣ କରିଥିବା ୮ଜଣଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ମୃତ୍ୟୁବରଣ କରିଥିବା ୮ଜଣଙ୍କ ଶରୀରରେ ଗୁଳି ବାଜିନାହିଁ। ୮ଜଣ ଡରରେ ଏବଂ ମସ୍ତିଷ୍କରେ ଆଘାତ ଲାଗିବାରୁ ମୃତ୍ୟୁବରଣ କରିଥିବା ରିପୋର୍ଟରେ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ରବିବାର ଦିନ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଲଖିମପୁର ଖେରିକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। କାରଗୁଡିକ ସେମାନଙ୍କୁ ଆଣିବାକୁ ଯାଉଥିବା ବେଳେ ବାଟରେ ଚାଷୀମାନେ ତିକୁନିଆ ଅଞ୍ଚଳରେ କାରକୁ ଦେଖି ବିରୋଧ କରିବା ଆରମ୍ଭ କରିଥିଲେ। ଏହାକୁ ଦେଖି ଅଟକିବା ପରିବର୍ତ୍ତେ ଗାଡ଼ି ଚାଳକ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ, ଯାହାଫଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ଦେଖି ଉତ୍ୟକ୍ତ ଲୋକେ ଗାଡ଼ି ଭିତରେ ଥିବା ୪ଜଣ ବିଜେପି କର୍ମୀଙ୍କୁ ଟାଣି ଆଣି ମାଡ଼ ମାରିବାରୁ ଅନ୍ୟ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ହିଂସାରେ କେନ୍ଦ୍ର ରାଷ୍ଟ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଡ୍ରାଇଭର ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ ଏହି ହିଂସାରେ ମୋଟ ୮ଜଣଙ୍କର ମୃତ୍ୟୁ ଘଟିଛି।