ଭୁବନେଶ୍ୱର: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବୀଣାପାଣି ନାଟ୍ୟ ସଂସ୍ଥା ପକ୍ଷରୁ ଜୟଦେବ ଭବନରେ ‘ମା’କୁ ସମ୍ମାନ ଦେଶକୁ ସମ୍ମାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ୟାର ଯତ୍ନ ନେବା ସହ ରକ୍ଷା କରିବା ଓ ମା’କୁ ସମ୍ମାନ ଦେଲେ ଆମ ଦେଶ ଆଗେଇବ। ଏଥିପାଇଁ ସବୁ ବର୍ଗର ଲୋକ ଆଗେଇ ଆସିବା ଉଚିତ୍ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁଷ୍ଠାନର ସମ୍ପାଦକ ବିଚିତ୍ର ମଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଷ୍ଟିସ୍ କମଳାକାନ୍ତ କର, ଡ. ବିପିନ ମିଶ୍ର, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସଭାପତି ସୁକାନ୍ତି ମିଶ୍ର, ଲୟର୍ସ ଗ୍ରୁପ୍ ଆବାହକ ଲିଙ୍ଗରାଜ ସାହୁ, ଇଂ ବିପିନ ବିଦ୍ୟାଧାରୀ ନାୟକ, ସମାଜସେବୀ ସପନ ମିଶ୍ର, ରବୀନ୍ଦ୍ର ତ୍ରିପାଠୀ, ବିଜେଡି ଯୁବ ନେତା ସନ୍ତୋଷ ବେଜ୍, ନୃତ୍ୟଶିଳ୍ପୀ ଦିଲ୍ଲୀପ ସ୍ୱାଇଁ, ରାମଚନ୍ଦ୍ର ଉପାଧ୍ୟାୟ, ସନ୍ତୋଷ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଡ. ବୁଦ୍ଧଦେବ ବେହେରା ଅତିଥିମାନଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ‘କନ୍ୟା ରତନ କର ଯତନ’ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ‘ସେଭ୍ ଗର୍ଲ ସେଭ୍ ଇଣ୍ଡିଆ’ ନୃତ୍ୟ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କନ୍ୟାମାନଙ୍କ ଦ୍ୱାରା ଚିତ୍ର, ନୃତ୍ୟ, ସଂଗୀତ, ଅଭିନୟ ଓ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।