ନୂଆ ସମୟ, ନୂଆ କଥା: ବିନା ପାଣିରେ ବଞ୍ଚେ ଏବଂ କ୍ୟାଲୋରିକୁ ସନ୍ତୁଳିତ ରଖେ ରକ୍ତଦାନ

ପୃଥିବୀର ପ୍ରତ୍ୟେକ ଜୀବଙ୍କର ନିଜସ୍ବ ବିଶେଷ ଗୁଣ ଅଛି। ଅନେକ ଜୀବ ଅଛନ୍ତି ଯେଉଁମାନେ କିଛି ନ ଖାଇ, ପାଣି ନ ପିଇ ଜୀବିତ ରହିପାରନ୍ତି। ଏହିପରି ଏକ ଜୀବ ହେଉଛି ‘କଙ୍ଗାରୁ ରୢାଟ୍‌’ ବା ‘କଙ୍ଗାରୁ ମୂଷା’। ଏହି ମୂଷା ବିନା ପାଣିରେ ଜୀବିତ ରହିପାରେ। ଜୀବଟି ଉତ୍ତର ଆମେରିକାର ମରୁଭୂମିରେ ଦେଖିବାକୁ ମିଳେ। ଏହି ମୂଷା କଙ୍ଗାରୁ ଭଳି କୁଦା ମାରୁଥିବାରୁ ତା’ର ନାମ ଏପରି ହୋଇଛି। ଗୋଡ଼ ଓ ଲାଞ୍ଜ ଅଷ୍ଟ୍ରେଲିଆରେ ଥିବା କଙ୍ଗାରୁ ସହିତ ସମାନ। କଙ୍ଗାରୁ ମୂଷାଟିର ଗାଲର ବାହାରକୁ ଏକ ଥଳି ଅଛି; ଯେଉଁଥିରେ ଏହା ଖାଦ୍ୟ ସାମଗ୍ରୀ ଆଣିଥାଏ। କଙ୍ଗାରୁ ମୂଷା ଆଦୌ ପାଣି ପିଏ ନାହିଁ, କିନ୍ତୁ ଏହାର ଶରୀରରେ ଅଧିକ ପରିମାଣର ଜଳ ଥିବାରୁ ଅନ୍ୟ ପ୍ରାଣୀମାନେ ଏହାକୁ ଖାଦ୍ୟ ଭାବେ ଶୀକାର କରନ୍ତି। କଙ୍ଗାରୁ ମୂଷା ବହୁତ ଦ୍ରୁତ ଗତିରେ ଚାଲିଥାଏ। ଏହା ସେକେଣ୍ଡ୍‌ରେ ୬ ମିଟର ଦୂରତା ଅତିକ୍ରମ କରେ। ଏହି ଜୀବର ଆଗ ଗୋଡ଼ ଛୋଟ, ମୁଣ୍ଡ ବଡ଼ ଏବଂ ଆଖି ଛୋଟ। ଉପର କେଶ ହଳଦିଆ କିିମ୍ବା ବାଦାମୀ ହୋଇଥିବା ବେଳେ ତଳ କେଶଗୁଡ଼ିକ ଧଳା ରଙ୍ଗର ଅଟେ। ଗୋଡ଼ ଶରୀରର ଅନ୍ୟ ଅଂଶ ଅପେକ୍ଷା ବଡ଼। ମରୁଭୂମିରେ ଥିବା ଗଛ ଓ ଗଛର ମୂଳ ଖାଇ ଏମାନେ ବଞ୍ଚିଥାଆନ୍ତି।

କ୍ୟାଲୋରିକୁ ସନ୍ତୁଳିତ ରଖେ ରକ୍ତଦାନ
ଆମ ଶରୀରରେ କ୍ୟାଲୋରି ସନ୍ତୁଳିତ ରହିବା ନିହାତି ଜରୁରି। ଏଥିରେ ଅସନ୍ତୁଳନ ପରିଲକ୍ଷିତ ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ତେବେ କ୍ୟାଲୋରି ସ୍ତରକୁ ସନ୍ତୁଳିତ ରଖିବା ପାଇଁ କେତେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପ‌େଡ଼। ସନ୍ତୁଳିତ ଖାଦ୍ୟ ଖାଇବା ବ୍ୟତୀତ ଆଉ ଏକ ସରଳ ଉପାୟରେ କ୍ୟାଲୋରିକୁ ସନ୍ତୁଳିତ ରଖିହେବ। ତାହା ହେଉଛି ରକ୍ତଦାନ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯଦି ଜଣେ ବ୍ୟକ୍ତି ନିୟମିତ ସମୟ ଅନ୍ତରାଳରେ ରକ୍ତଦାନ କରନ୍ତି ତେବେ ତାଙ୍କ ଶରୀରରେ କ୍ୟାଲୋରି ପରିମାଣ ସନ୍ତୁଳିତ ରହିଥାଏ। ହେଲେ ରକ୍ତଦାନ ପୂର୍ବରୁ ସେମାନେ ଏ ନେଇ କେତେ ଫିଟ୍‌ ତାହା ପରୀକ୍ଷା କରାଇ ନେବା କଥା। ନିୟମିତ ସମୟ ଅନ୍ତରାଳରେ ରକ୍ତଦାନ କରୁଥିବା କେତେକ ବ୍ୟକ୍ତିଙ୍କ କ୍ୟାଲୋରି ପରିମାଣ ‌େକତେ ରହୁଛି ତାହାକୁ ପରୀକ୍ଷା କରିବା ପରେ କାଲିଫର୍ନିଆ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ଏକଥା ଜାଣିପ‌ାରିଥିଲେ।

ସମ୍ବନ୍ଧିତ ଖବର