ରୁକୁଣା ରଥ କାମ ଅନୁକୂଳ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ତିଆରି ପାଇଁ ଆଜି କାମ ଅନୁକୂଳ ହୋଇଛି। ଆଜି ମଧ୍ୟାହ୍ନରେ ନୀତି ପୂଜା ପରେ ରଥଖଳାରେ ପୂଜାପଣ୍ଡା ସେବାୟତ ରଥ କାଠ ପୂଜା କରିଥିଲେ। ପରେ ମହାରଣା ସେବାୟତମାନେ କୁରାଢ଼ିରେ ଆମ୍ଭ ଗଛର ଗଣ୍ଡିକୁ ଛେଦନ କରି ରଥ ନିର୍ମାଣ ଶୁଭାରମ୍ଭ କରିଥିଲେ। ଏଥିରେ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର, ହେମନ୍ତ ମହାପାତ୍ର ଓ ବହୁ ସେବାୟତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର