ଭୁବନେଶ୍ବର: ଓଲିଉଡର ହଟ୍ ନାୟିକା ଭାବେ ପରିଚିତା ମେଘା ଅଳ୍ପ ସିନେମାରେ କାମ କରିଛନ୍ତି। ଅନେକ ସମୟରେ ହଟ୍ ସିନ୍ ଦେଇ ଓ ନଜର ବୋଲ୍ଡ ଅବତାର ଲାଗି ଚର୍ଚ୍ଚାରେ ରହିଥିଲେ। କିଛି ମାସ ତଳେ ମୁକ୍ତିଲାଭ କରିଥିବା ଦର୍ଶକ ‘ହିରୋଗିରି’ରେ ତାଙ୍କୁ ଦେଖିବାକୁ ପାଇଥିଲେ।
ମେଘାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ହେଲା ଲଭ ଡଟକମ୍। ଏହାପରେ ସେ ଲୁଚକାଳି, ଚାନ୍ଦିନୀ ଆଇ ମିସ୍ ୟୁ, ଦୋସ୍ତି, ମୋଷ୍ଟ ୱାଣ୍ଟେଡ୍’ , ଆଶିକ୍ ଆୱାରା ଏବଂ ହରି ଓମ୍ ହରି ଓ ‘ହିରୋଗିରି’ ଆଦି ଓଡ଼ିଆ ଛବିରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ତେବେ ସେ କିଛି ବର୍ଷ ହେବ ଓଲିଉଡରୁ ବିଦାୟ ନେଇସାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମେଘା ଓଲିଉଡର କେତେକ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ଅଶୋକ ପତି। ସେ ଅଶୋକଙ୍କ ସହ ଏଯାଏ ମାତ୍ର ଗୋଟିଏ ଓଡ଼ିଆ ସିନେମାରେ କାମ କରିଛନ୍ତି। ଏହି ସିନେମା ହେଲା ‘ଦୋସ୍ତି’। ଏଥିରେ ବାବୁସାନ୍, ସବ୍ୟସାଚୀ, ପ୍ରିୟା, ହରି , ପ୍ରୀତିରାଜ ଓ ପିଣ୍ଟୁ ନନ୍ଦ ପ୍ରମୁଖ ମୁଖ୍ୟ ଭୂମିକାରେ ଦେଖି ଦେଇଥିଲେ। ‘ଦୋସ୍ତି’ରେ ସବ୍ୟସାଚୀଙ୍କ ବିପକ୍ଷରେ ନଜର ଆସିଥିଲେ ମେଘା। ଏହାପରେ ମେଘା ନିର୍ଦ୍ଦେଶକ ଅଶୋକ ପତିଙ୍କ ଅନ୍ୟ କୌଣସି ଓଡ଼ିଆ ଛବିରେ ନଜର ଆସିନାହାନ୍ତି। ଅପରପକ୍ଷରେ ନାୟିକା ମେଘା ବସନ୍ତ ସାହୁ, ସୁଶାନ୍ତ ମଣି, ଏସ କେ ମୁରଲୀଧରନ୍, ଅଶ୍ବିନୀ ଗଡ଼ନାୟକ ଓ ଦିଲୀପ ପଣ୍ଡାଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି।