ୟୁପି ମନ୍ତ୍ରୀ ସଞ୍ଜୟ ନିଶାଦଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ୍ ଜାରି
ଉତ୍ତରପ୍ରଦେଶ : ୟୁପି ସରକାରର ମନ୍ତ୍ରୀ ସଞ୍ଜୟ ନିଶାଦଙ୍କ ସମସ୍ୟା ବଢ଼ୁଛି। ସଞ୍ଜୟ ନିଶାଦଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଆସନ୍ତା ୧୦ ତାରିଖ ସୁଦ୍ଧା ମତ୍ସ୍ୟ ବିଭାଗ ମନ୍ତ୍ରୀ ନିଶାଦଙ୍କୁ ଗିରଫ କରି ହାଜର କରିବାକୁ କୋର୍ଟ ସାହାପୁର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ସାତ ବର୍ଷ ପୂର୍ବର ମାମଲାରେ ତାଙ୍କୁ ଗିରଫ କରିବାକୁ ଏହ ଆଦେଶ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୨୦୧୫ ଜୁନ୍ ୭ରେ କାସରୱାଲରେ ସରକାରୀ ଚାକିରିରେ ୫ ପ୍ରତିଶତ ସଂରକ୍ଷଣ ଦାବିରେ ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନକାରୀମାନେ ରେଳ ଧାରଣା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ପ୍ରଥମେ ଲାଠି ଚାଳନା କରିଥିଲା। ପରେ ପୁଲିସ ଗୁଳି ଚଳାଇବାରୁ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ଆନ୍ଦୋଳନ ତୀବ୍ର ହୋଇଥିଲା ଏବଂ ଆନ୍ଦୋଳନକାରୀମାନେ ପୁଲିସ ସହ ସଂଘର୍ଷ କରିଥିଲେ। ଏହି ଘଟଣା ପରେ ନିଶାଦ ପାର୍ଟି ମୁଖ୍ୟ ସଞ୍ଜୟ ନିଶାଦଙ୍କ ସମେତ ୫୦ରୁ ଅଧିକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।