ଆରିଷ୍ଟଟଲ ତାଙ୍କ ଶିଷ୍ୟ ଆଲେକଜାଣ୍ଡରଙ୍କୁ କହିଥିଲେ ଯେ ସେ ଯେମିତି ତାଙ୍କ ଭାରତ ବିଜୟରୁ ଫେରିବା ବେଳେ ଜଣେ ଭାରତୀୟ ଅଗାଧ ଜ୍ଞାନୀ ସାଧୁଙ୍କୁ ଧରି ଆସନ୍ତି। ସୁତରାଂ, ସେମିତି ଜଣେ ସାଧୁଙ୍କୁ ଦେଖିେଲ ଆଲେକଜାଣ୍ଡର ଓ କହିଲେ- ମୋ ସହିତ ଚାଲ।
Sambad is now on WhatsApp
Join and get latest news updates delivered to you via WhatsApp
ସାଧୁ ହସିଲେ ଓ କହିଲେ- ତୁମ କଥାରେ ଯିବି? ଜାଣିନାହଁ କି କେବଳ ମୁଁ ହେଉଛି ମୋର ମାଲିକ। ଆଉ କେହି ନୁହନ୍ତି। ତେଣୁ ସେମିତି ଆଉ କେବେ ହେଲେ କହିବ ନାହିଁ।
ଆଲେକଜାଣ୍ଡର ଥିଲେ ଦିଗ୍ବିଜୟୀ ସମ୍ରାଟ। ଏଭଳି କଥା ଶୁଣିବାର ଅଭ୍ୟାସ ତାଙ୍କର ନ ଥିଲା। ସାଙ୍ଗେସାଙ୍ଗେ ତାଙ୍କ ତରବାରି କୋଷମୁକ୍ତ ହୋଇଗଲା ଏବଂ ସେ କହିଲେ- ତୁମ ଆସ୍ପର୍ଦ୍ଧା ଦେଖି ମୋତେ ହସ ମାଡୁଛି। ମୁଁ କାହାର ଅନୁମତି ଚାହେଁ ନାହିଁ। କେବଳ ଆଦେଶ ଦିଏ। ଏବେ ଚାଲ। ନଚେତ୍ ଏହି ଖଣ୍ଡାରେ ତୁମ ମୁଣ୍ଡ କଟି ତଳେ ଲୋଟିବ।
ଏବେ ସାଧୁ ଜୋର୍ରେ ହସି ଉଠିଲେ। ଆଲେକଜାଣ୍ଡରଙ୍କ ମନରେ ବି ଶଙ୍କା ପଶିଗଲା।
ସାଧୁ କହିଲେ- ତୁମ ଆସ୍ପର୍ଦ୍ଧାରେ ବି ମୋତେ ହସ ମାଡୁଛି। ମୋତେ ଭୟ ଦେଖାଇବାକୁ ଉଦ୍ୟତ ହେଉଛ? କିନ୍ତୁ ହେତୁ ପାଇବା ଦିନ ଠାରୁ ମୁଁ ଜାଣିଛି ମୁଁ ଗୋଟିଏ ମର ଶରୀରକୁ ଧରି ବୁଲୁଛି ଯାହା। ମୋତେ ପୁଣି କ’ଣ ମରଣର ଭୟ ଦେଖାଉଛ? ମୋ ବେକକୁ ଏବେ କାଟ। କିନ୍ତୁ ମୋତେ ବଶ କରିବାର ଚେଷ୍ଟା କରନାହିଁ।
ଆଲେକଜାଣ୍ଡର ଏଭଳି କିଛି ତାଙ୍କ ଜୀବନରେ କେବେ ହେଲେ ଦେଖି ନ ଥିଲେ। ସେ କୃପାଣ ତଳେ ପକାଇ ଦେଇ କ୍ଷମା ଭିକ୍ଷା କଲେ।