ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ: ମୁଖ୍ୟମନ୍ତ୍ରୀ
ଇ-ପଞ୍ଚାୟତ ସଭା ଆପ୍ଲିକେସନର ଶୁଭାରମ୍ଭ
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ବା ପଞ୍ଚାୟତିରାଜ ଦିବସ ଅବସରରେ ଇ-ପଞ୍ଚାୟତ ସଭା ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ଏହାଦ୍ବାରା ସହଜରେ ପଞ୍ଚାୟତସ୍ତରରେ ବହୁ ଲୋକମାନଙ୍କୁ ସହଜରେ ତଥ୍ୟ ପ୍ରଦାନ କରିବା ସହ ସେମାନଙ୍କୁ ସବୁ କାର୍ଯ୍ୟକ୍ରମ ସଂଯୋଗ କରିହେବ ବୋଲି ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି। ଏଥିରୁ ସରକାରୀ ଅଧିକାରୀ ମଧ୍ୟ ସମସ୍ତ ତଥ୍ୟ ହାସଲ କରିପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ୍ ମଧ୍ୟମରେ ଯୋଡ଼ି ହୋଇ କହିଛନ୍ତି ଯେ ସାଢେ଼ ଚାରିକୋଟି ଓଡ଼ିଆ ସ୍ୱାଭିମାନ ସହ ନିଜ ଅସ୍ମିତାକୁ ଜାହିର କରିପାରୁଛନ୍ତି। ଆମ ପ୍ରତି ବିଜୁ ବାବୁଙ୍କ ଆଶୀର୍ବାଦ ରହିଛି। ସମୃଦ୍ଧ ଓଡିଶା ଗଠନରେ ତାଙ୍କ ଅବଦାନ ଅତୁଳନୀୟ । ସମୃଦ୍ଧ ଓଡ଼ିଶାର ଗଠନ ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷେ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବର ମହାନଗର ନିଗମ ମେୟର ସୁଲଚନା ଦାସ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ସୁଶିଲ ଲୋହାନି ଏବଂ ସୂଚନା ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ ସିଂ ପ୍ରମୁଖ ଯୋଗ ଦେଇଥିଲେ ।