ଜେନିଭା: ଗତ ମାସରେ ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ କେବଳ ତୁର୍କୀ ୧୦୦ ବିଲିୟନ ଡଲାରରୁ ଅଧିକ କ୍ଷତି ସହିଛି । ମିଳିତ ଜାତିସଂଘ ମଙ୍ଗଳବାର ଏହି ସୂଚନା ଦେଇଛି । ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି)ର ଲୁଇସ୍ ଭିଣ୍ଟନ୍ ତୁର୍କୀର ଗାଜିଆଣ୍ଟେପ୍ରୁ ଭିଡିଓ ଲିଙ୍କ୍ ଜରିଆରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତୁର୍କୀରେ ୧୦୦ ବିଲିୟନ ଡଲାରରୁ ଅଧିକ କ୍ଷୟକ୍ଷତି ହୋଇଛି। ଏହାପରେ ଅନେକ ଥର ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁଁ ତୁର୍କୀରେ ୪୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ପଡ଼ୋଶୀ ସିରିଆରେ ୫୦୦୦ ଲୋକ ପ୍ରାଣ ହରାଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ସପ୍ତାହରେ ବିଶ୍ୱବ୍ୟାଙ୍କ ଆକଳନ କରିଥିଲା ଯେ ପ୍ରଳୟଙ୍କରୀ ଭୂମିକମ୍ପ ତୁର୍କୀର ୩୪ ବିଲିୟନ ଡଲାରରୁ ଅଧିକ କ୍ଷୟକ୍ଷତି କରିଛି। ତେବେ ୟୁଏନଡିପିର ଲୁଇ ଭିଣ୍ଟନ କହିଛନ୍ତି ଯେ ୟୁଏନଡିପି, ବିଶ୍ୱବ୍ୟାଙ୍କ ଏବଂ ୟୁରୋପୀୟ ସଂଘର ସହଯୋଗରେ ତୁର୍କୀ ସରକାର ଅଧିକ କ୍ଷୟକ୍ଷତି ଆକଳନ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ପ୍ରାଥମିକ ହିସାବରୁ ଏହା ସ୍ପଷ୍ଟ ହୋଇଛି ଯେ ସରକାର ଦାଖଲ କରିଥିବା କ୍ଷତି ସଂଖ୍ୟା ଏବଂ ତିନୋଟି ଅନ୍ତର୍ଜାତୀୟ ଅଂଶୀଦାରଙ୍କ ଦ୍ୱାରା ସମର୍ଥିତ ଆକଳନ ୧୦୦ ବିଲିୟନ ଡଲାରରୁ ଅଧିକ ହେବ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, ଉଭୟ ଦେଶରେ ୨୬ ନିୟୁତ ଲୋକଙ୍କୁ ସହାୟତାର ଆବଶ୍ୟକତା ରହିଛି। ଗତ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଯିଏ ଏତେ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ କରୁଛନ୍ତି।