ତିନିବର୍ଷ ଛୁଆର ଏଭଳି ଭୁଲ ପାଇଁ ବାପାଙ୍କୁ ଦେବାକୁ ପଡ଼ିଲା ୨୨ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ: ତିନିବର୍ଷର ଜଣେ ଶିଶୁ ପଡ଼ିଶାଘରର ଦାମିକା କାରକୁ ସ୍କ୍ରାଚ କରି ଦେବା ବାପାଙ୍କୁ ମହଙ୍ଗା ପଡ଼ିଛି। ସାଙ୍ଗମାନଙ୍କ ସହ ଖେଳୁଖେଳୁ ସେ ତାର ଟଏ ଗନକୁ ଧରି କାରକୁ ରଗଡ଼ି ଦେଇଥିଲା। ଏହି କାରଣରୁ ଶିଶୁର ଅଜଣାତରେ  କାର ସ୍କ୍ରାଚ ହୋଇଯାଇଥିଲା। ଏହା ଦେଖି ମାଲିକ ରାଗି ଯାଇଥିଲେ। ଏହାପରେ ଶିଶୁର ବାପା ବିରୋଧରେ ଅଭିଯୋଗ କରିଥିଲେ।

ଏଭଳି ଏକ ଘଟଣା ଚୀନରୁ ସାମ୍ନାକୁ ଆସିଛି। ଏଠାରେ ଥିବା ଓୟଙ୍ଗା ନାମରେ ଜଣେ ବ୍ୟକ୍ତିଙ୍କ ୩ବର୍ଷ ପୁଅ ପଡ଼ିଶାଘର ସାମ୍ନାରେ ଖେଳୁଥିଲା। ଏହି ଘର ସାମ୍ନାରେ ଏକ କାର ଛିଡ଼ା ହୋଇଥିଲା। ଏହି କାରକୁ ପୁଅ ସ୍କ୍ରାଚ କରି ଦେଇଥିଲା।  ଏହାପ‌ରେ ପୁଅ ହାତରେ ଓୟଙ୍ଗା କାର ମାଲିକଙ୍କୁ ୨୨ହଜାର ଟଙ୍କା ଜରିମାନା ଦେଲା। ଏପରି ସେ ଏଥିପାଇଁ କରିଥିଲେ କାରଣ ତାଙ୍କ ପୁଅକୁ ଭୁଲର ଅନୁତାପ କରାଇବା ଶିଖାଉଥିଲେ।  ଆଗକୁ ଯେମିତି ସେ ଏପରି ଭୁଲ ନକରୁ। ଆଉ ପୁଅର ଏଭଳି ଭୁଲ ପାଇଁ ବାପା କାର ମାଲିକଙ୍କୁ କ୍ଷମା ବି ମାଗିଥିଲେ।

ସମ୍ବନ୍ଧିତ ଖବର