ଦେଖା କରିବାକୁ ନ ଆସିବାରୁ ପ୍ରେମିକର ୩ମାସର ଝିଅକୁ ଅପହରଣ କଲା ପ୍ରେମିକା

ନୂଆଦିଲ୍ଲୀ: ଦେଖା ହେବାକୁ କହି ପ୍ରେମିକ ନ ଆସିବାରୁ ରାଗରେ ପ୍ରେମିକର ୩ମାସର ଝିଅକୁ ଅପହରଣ କରିଛି ପ୍ରେମିକା । ନିଜ ଝିଅକୁ ଘରେ ନ ପାଇ ପୋଲିସରେ ଏତଲା ଦେବା ସହ ଏ ଘଟଣାରେ ପ୍ରେମିକାର ହାତ ଥାଇ ପାରେ ବୋଲି ଯୁବକ ଜଣଙ୍କ ପୋଲିସକୁ ଜଣାଇଛନ୍ତି। ପୋଲିସ ଯୁବକଙ୍କ ଅଭିଯୋଗ ଉପରେ ତଦନ୍ତ କରିବା ପରେ ଘଟଣା ପଛରୀ ପ୍ରକୃତ ଅଭିଯୁକ୍ତ ଯୁବକଙ୍କ ପ୍ରେମିକା ଥିବା ଜଣି ପାରିଛି। ତାଙ୍କୁ ଗିରଫ କରାଯିବା ପରେ ସେ ଏକ ମନ୍ଦିରରେ ତାଙ୍କ ପ୍ରେମିକଙ୍କ ଝିଅକୁ ଲୁଚାଇ ରଖିଥିବା କହିଥିଲେ । ଏହା ପରେ ସେଠାରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲା ପୋଲିସ ।

ସୂଚନା ମୁତାବକ, ଅପହରଣ କରିଥିବା ମହିଳା ଏବଂ ଶିଶୁର ବାପା ଦୀପକ କିଛି ବର୍ଷ ପୂର୍ବେ ପ୍ରେମ ସଂପର୍କରେ ଥିଲେ । କିନ୍ତୁ ଦୀପକ ତାଙ୍କ ପ୍ରେମିକାଙ୍କୁ ବିବାହ ନ କରି ବର୍ଷେ ପୂର୍ବେ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଏଥିରେ ରାଗି ଯାଇ ପ୍ରେମିକା ଜଣଙ୍କ ବିବାହ ପରେ ମଧ୍ୟ ଦୀପକଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରି ବସିଥିଲେ । ଏହା ସହ ତାଙ୍କୁ ଦେଖା କରିବା ପାଇଁ ମଧ୍ୟ ବାଧ୍ୟ କରୁଥିଲେ । ଅନେକ ଥର କହିବା ପରେ ମଧ୍ୟ ଦୀପକ ଦେଖା କରିବା ପାଇଁ ନ ଯିବାରୁ ଦୀପକଙ୍କ ପ୍ରେମିକା ତାଙ୍କ ୩ମାସର ଝିଅକୁ ଅପହରଣ କରି ନେଇ ସହିଦାବାଦ୍‌ରେ ଥିବା ଚାମୁଣ୍ଡା ମନ୍ଦିରରେ ଲୁଚାଇ ଦେଇଥିଲେ ।

CubieJewelArt – DeviantArt

ଘରେ ଝିଅକୁ ନ ପାଇ ଦୀପକ ଚାରିଆଡ଼େ ଖୋଜିବା ଆରମ୍ଭ କରିବା ସହ ପୋଲିସରେ ଏତଲା ଦେଇଥିଲେ । ଏ ନେଇ କାହାକୁ ସନ୍ଦେହ କରୁଛନ୍ତି କି ବୋଲି ପଚରାଯିବାରୁ ଦୀପକ ତାଙ୍କ ପ୍ରେମିକାଙ୍କ ନାମ କହିଥିଲେ । ଏହା ପରେ ପୋଲିସ ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିବା ସହ ଶିଶୁକୁ ଉଦ୍ଧାର କରିଥିଲା ।

ସମ୍ବନ୍ଧିତ ଖବର