କଲେଜ ଯୁବତୀଙ୍କୁ ନେଇ ଫେରାର ହେଲେ ପାରୋଲରେ ଆସିଥିବା ଦୁଷ୍କର୍ମକାରୀ,ଏ ପର୍ଯ୍ୟନ୍ତ କରି ସାରିଛନ୍ତି ୮ଜଣଙ୍କୁ ଅପହରଣ

ରାଜକୋଟ : ଅପରାଧି କରିଥିବା ଅପରାଧୀକୁ ପଶ୍ଚାତାପ ଲାଗି ଜେଲ ଦଣ୍ଡ ଦିଆ ଯାଇଥାଏ । କିନ୍ତୁ କିଛି ଲୋକ ଏମିତି ରହିଥାନ୍ତି ଯେଉଁମାନେ ନିଜ ଦୋଷ ପାଇଁ ଦଣ୍ଡ ପାଇ ମଧ୍ୟ ସୁଧୁରନ୍ତି ନାହିଁ । ସେଭଳି ଏକ ଘଟଣା ଘଟିଛି ରାଜକୋଟରେ । ଜଣେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ରାଜକୋଟରେ ଜଣେ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡର ଦଣ୍ଡ ଦିଆଯାଇଥିଲା । ଆଜୀବନ କାରାଦଣ୍ଡ ପାଇବା ପରେ ଜଣେ ପୁଣି ସେଭଳି ଅପରାଧ କଥା ଭାବି ପାରିବ କି? ଏହି କଥା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

indiatimes.com

ସୂଚନା ମୁତାବକ,ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ରାଜକୋଟ ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ଅଭିଯୁକ୍ତ ଧବଲ ତ୍ରୀବେଦୀ ପାରୋଲରେ ଆସି ପୁଣି ସେଭଳି ଅପରାଧ କରିଥିବା ଜଣାପଡ଼ିଛି । ନିଜର ନାଁ ପରିବର୍ତ୍ତନ କରି ସେ ଏକ କୋଚିଙ୍ଗ ସେଣ୍ଟର ଖୋଲିବା ସହ ଇଂରାଜୀ ଶିକ୍ଷା ଦେବା ଆରମ୍ଭ କରିଥିଲେ । ୧୫ଦିନର ପାରୋଲରେ ସେ କୋଚିଙ୍ଗ ସେଣ୍ଟର ଖୋଲି ନିଜର ନାମ ଧବଲରୁ ଧର୍ମେନ୍ଦ୍ର ସାର୍‌ ରଖିଥିଲେ । କିଛି ଦିନ ମଧ୍ୟରେ ତାଙ୍କ କୋଚିଙ୍ଗ କ୍ଲାସ୍‌କୁ ୯ ଜଣ ଛାତ୍ରୀ ପଢ଼ିବା ପାଇଁ ଆସିଥିଲେ । ସେଥି ମଧ୍ୟରୁ ଅଭିଯୁକ୍ତ ଜଣକ ଜଣେ ଛାତ୍ରୀଙ୍କୁ ବାଛିବା ସହ ତାଙ୍କ ସହ କଥା ହେବା ଆରମ୍ଭ କରିଥିଲେ । କିଛି ଦିନ କଥା ହେବା ପରେ ଅଗଷ୍ଟ ୧୧ରେ ଛାତ୍ରୀଙ୍କୁ ନେଇ ସେ ଫେରାର ହୋଇ ଯାଇଥିଲେ । କୋଚିଙ୍ଗ କ୍ଲାସ୍‌ ଖୋଲିବାରେ ତାଙ୍କର ସାହାଯ୍ୟ କରିଥିଲେ ଧମଢ଼ାଲ, ଯାହାକୁ ସେ ଜେଲରେ ଭେଟିଥିଲେ । ଫେରାର ହେବାର ୪ଦିନ ପର୍ଯ୍ୟନ୍ତ ପରିବାର ଲୋକେ ଖୋଜି ନ ପାଇବାରୁ ଅଗଷ୍ଟ ୧୫ ରାତିରେ ପୁଲିସରେ ଏ ନେଇ ଅଭିଯୋଗ କରା ଯାଇଥିଲା । କୋଚିଙ୍ଗ ସେଣ୍ଟରର ସିସିଟିଭି ଚେକ୍‌ କରିବା ପରେ ଧର୍ମେନ୍ଦ୍ର ସାର୍‌ ହିଁ ଧବଲ ତ୍ରୀବେଦୀ ବୋଲି ଜାଣିବାକୁ ପାଇଥିଲା ପୁଲିସ । ଏହା ପ୍ରଥମ ନୁହେଁ, ୨୦୧୦ରୁ ଅଭିଯୁକ୍ତ ୮ଜଣ ଯୁବତୀଙ୍କୁ ଅପହରଣ କରି ସାରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର