ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁର୍ଷ୍କମ, ପୀଡ଼ିତା ବ୍ରହ୍ମପୁର ବଡଡାକ୍ତରଖାନାରେ ଭର୍ତ୍ତି

୧୦ ତାରିଖରୁ ନିଖୋଜ ଥିଲେ

ବ୍ରହ୍ମପୁର/ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ସାମୁଦ୍ରିକ ଥାନା ଇଲାକାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଅଭିଯୋଗ ହୋଇଛି। ଛାତ୍ରୀଜଣକ ଗତ ୧୦ ତାରିଖରୁ ନିଖୋଜ ଥିଲେ। ତିନି ଜଣ ଯୁବକ ତାଙ୍କୁ ଅପହରଣ କରିନେଇ ଦୁଇ ଦିନ ଧରି ଗଣଦୁଷ୍କର୍ମ କରିଥିଲେ। ଗତକାଲି ରାତିରେ ତାଙ୍କ ଘର ଆଗରେ ଫୋପାଡ଼ି ଦେଇ ପଳାଇଥିଲେ। ପରିବାର ଲୋକେ ପୀଡ଼ିତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଦାଦା ଏସଂକ୍ରାନ୍ତ‌ରେ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ସୁନାପୁର ସାମୁଦ୍ରିକ ଥାନାକୁ ଅଭିଯୋଗ ପଠାଯିବା ପରେ ସେଠାରେ ଏକ ମାମଲା ରୁଜୁ ହୋଇଛି। ୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଗତ ୧୦ ତାରିଖରେ ନାବାଳିକାଜଣକ ବାହୁଦା ନଦୀ ପାଖକୁ ଯାଇ ଘରକୁ ଫେରି ନଥିଲେ। ପରିବାରଲୋକେ ଦିନତମାମ୍ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ଖୋଜ୍‌ଖବର ମିଳି ନଥିଲା। ଗତକାଲି ରାତିରେ ନାବାଳିକା ଜଣଙ୍କୁ ତାଙ୍କ ଘର ଆଗରୁ ମୁମୂ‌ର୍ଷୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପୀଡ଼ିତାଙ୍କୁ ସଂଗେ ସଂଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜଣ ଯୁବକ ତାଙ୍କ ପାଟି ଓ ଆଖିରେ କପଡ଼ା ବାନ୍ଧି ଦେଇ ଏକ ନିକାଞ୍ଚନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସାମୁଦ୍ରିକ ଥାନାରେ କେସ୍ ନମ୍ବର ୧, ୩୭୬ ଡ଼ି/ବି, ୩୪ ଆଇପିସି ଏବଂ ପୋକ୍‌ସୋ ଆଇନର ଧାରା ୬ ଅନୁସାରେ ମାମଲା ରୁଜୁ କରାଯାଇଥିବା ସହ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସମ୍ବନ୍ଧିତ ଖବର