ମାଲବାହୀ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ: ଆନ୍ଧ୍ରପ୍ରଦେଶ ଶିବଲିଙ୍ଗପୁରମ ନିକଟରେ ଏକ ମାଲବାହୀ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। ଏଠାରେ ରେଳ ଇଞ୍ଜିନ ଉପରେ ପଥର ପଡ଼ିବାରୁ ଇଞ୍ଜିନ ଲାଇନଚ୍ୟୁତ ଥିବା ଜଣାପଡ଼ିଛି। ଏହାଫଳରେ କୋରାପୁଟ -ଆରୁକୁ -ବିଶାଖାପାଟଣା ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି। ଶିବଲିଙ୍ଗପୁରମ-ତ୍ୟାଡା ଷ୍ଟେସନ ମଧ୍ୟରେ ପାହାଡ଼ରୁ ପଥର ଧସି ରେଳ ଧାରଣା ଉପରେ ପଡ଼ିଛି।

ସମ୍ବନ୍ଧିତ ଖବର