Daily Archives

October 17, 2021

ଚୋରା ବାଲି ଚାଲଣ; ସରକାରୀ କର୍ମଚାରୀଙ୍କୁ ଧମକ, ଜଣେ ଗିରଫ

ବାରିପଦା: ଚୋରା ବାଲି ଚାଲଣ ବେଳେ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଏବଂ ଧମକ ଚମକ ଅଭିଯୋଗରେ ବାରିପଦା ଟାଉନ୍ ଥାନା ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ସୂଚନାମୁତାବକ କୁଳିଅଣା ତହସିଲଦାରଙ୍କ ଅଭିଯୋଗମତେ ଆଜି ଟ୍ରାକ୍ଟର ନଂ ଓଡି. ୧୧ଡି. ୧୪୦୭ /୧୪୦୮ ବାଲି ବୋଝେଇ କରି ଯାଉଥିବା ବେଳେ,…
ଅଧିକ ଖବର ଦେଖନ୍ତୁ...

ହାରୁଛି କରୋନା! ପ୍ରଥମଥର ପାଇଁ ଆଜି ମୁମ୍ବାଇରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଶୂନ

ମୁମ୍ବାଇ: ଦିନେ କରୋନାର ହଟସ୍ପଟ ପାଲଟିଥିବା ମୁମ୍ବାଇରୁ ଆସିଛି ଖୁସି ଖବର | ବର୍ଷକ ମଧ୍ୟରେ ପ୍ରଥମ ଥର ପାଇଁ ଆଜି ମୁମ୍ବାଇରେ କରୋନା ଯୋଗୁଁ କୌଣସି ବି ରୋଗୀଙ୍କର ମୃତ୍ୟୁ ହୋଇନାହିଁ | ଏକ ବର୍ଷ ପୂର୍ବେ କରୋନା ମହାମାରୀ ଆରମ୍ଭ ହେବା ପରେ ମୁମ୍ବାଇରେ ଆଜି ପ୍ରଥମ ଥର ପାଇଁ ୨୪ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ଲହୁଣିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବଡ଼ ତୁମକଳା ଗ୍ରାମରେ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସେହି ଗ୍ରାମର ପ୍ରଦୀପ ପାତ୍ର(୨୧)କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖି ଆସୁଥିଲା। ଘଟଣା…
ଅଧିକ ଖବର ଦେଖନ୍ତୁ...

ସେନାର ଗୁଇନ୍ଦା ମହିଳା ଅଧିକାରୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇ ଥିଲେ ବରିଷ୍ଠ ସେନା ଅଧିକାରୀ

ନୂଆଦିଲ୍ଲୀ: ମିଲିଟାରି ଇଣ୍ଟେଲିଜେନ୍ସ (ଏମଆଇ)ର ୪୨ ବର୍ଷ ବୟସ୍କା ମହିଳା ଅଧିକାରୀଙ୍କ ଆତ୍ମହତ୍ୟାକୁ ନେଇ ପୁଣେ ସିଟି ପୁଲିସ ଦ୍ୱାରା ଭାରତୀୟ ସେନାର ଜଣେ ବ୍ରିଗେଡିୟର୍ ରାଙ୍କର ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ସେନାର ଗୁଇନ୍ଦା ମହିଳା…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ୱକପ୍‌: ବାଂଲାଦେଶକୁ ୧୪୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ସ୍କଟଲାଣ୍ଡ

ଓମାନ: ଟି-୨୦ ବିଶ୍ୱକପ୍‌ର ୨ୟ ମ୍ୟାଚ୍‌ରେ ଆଜି ବାଂଲାଦେଶ ଦମ୍‌ଦାର ବୋଲିଂ କରିଛି। ଆମିରାତ୍‌ କ୍ରିକେଟ୍‌ ପଡ଼ିଆରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଟସ୍‌ ଜଣି ବାଂଲାଦେଶ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଟିମ୍‌ର ବୋଲରମାନେ ସ୍କଟଲାଣ୍ଡକୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କ ପାଇଁ ଏମଏଲଏ କଲୋନୀରେ ବହୁତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ ହେବ: ଟଙ୍କା ଅଭାବରୁ ଆଗେଇ ପାରୁନି ପ୍ରକଳ୍ପ…

ଭୁବନେଶ୍ବର: ବିଧାୟକଙ୍କ ପାଇଁ ଏମଏଲଏ କଲୋନୀରେ ବହୁତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ ହେବ, ଯେଉଁଥିରେ ରହିବ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା । ଏମିତି ନକ୍ସା ଆଙ୍କିଥିଲେ ରାଜ୍ୟ ସରକାର । ଏଥିପାଇଁ ପୂର୍ବରୁ ଥିବା ପ୍ରାୟ ଅଧା ଏମଏଲଏ କ୍ୱାର୍ଟରକୁ ଭାଙ୍ଗି ଦିଆଯାଇଥିଲା । କିନ୍ତୁ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଏସବୁ ଧାତୁ ସଂସ୍ପର୍ଶରେ ଆସି‌ଲେ ଗର୍ଭବତୀ ଓ ଶିଶୁ ଉପରେ ପଡ଼ିବ ଏଭଳି ପ୍ରଭାବ

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ପାଇଁ ଗର୍ଭାବସ୍ଥା ସମୟ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ବୟସରେ ବଡ଼ଲୋକମାନେ ସର୍ବଦା ଗର୍ଭବତୀମହିଳାଙ୍କୁ କ’ଣ କରିବା ଉଚିତ କ’ଣ ନକରିବା ଉଚିତ ପରାମର୍ଶ ଦେଇଥାଆନ୍ତି। ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯଦି ମହିଳାମାନେ  ନିକେଲ୍,…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ବାରିପଦା: ବାରିପଦା ଟାଉନ୍ ଥାନା ମଧୁବନ ଅଞ୍ଚଳର ଜଣେ ୧୩ ବର୍ଷିୟା ନାବାଳିକା ଅପହରଣ ମାମଲାରେ ପୁଲିସ ଅଭିଯୁକ୍ତ ନୀଳଗିରି ଥାନା ନରସିଂହପୁର ଅଞ୍ଚଳର ଅନ୍ତର୍ଯ୍ୟାମୀ ଜେନା ଓରଫ୍ କାହ୍ନା (୨୧)କୁ ଗିରଫ କରିଛି। ସୂଚନା ମୁତାବକ ନାବାଳିକା ଜଣଙ୍କ ଗତ ୧୫ ତାରିଖ ଦିନ ସନ୍ଧ୍ୟାରେ ଘରପାଖ…
ଅଧିକ ଖବର ଦେଖନ୍ତୁ...

ନାଗାବଳୀ ନଦୀରେ ବୁଡି ଦୁଇ ପର୍ଯ୍ୟଟକ ନିଖୋଜ; ବାପାକୁ ଉଦ୍ଧାର କରିବାକୁ ଯାଇ ପୁଅ ଭାସିଗଲା  

ରାୟଗଡ଼ା: ମଝିଘରିଆଣି ଦର୍ଶନ କରିବାକୁ ଆସି ଝୁଲାପୋଲ ଦେଖିବାକୁ ଯାଇଥିବା ଦୁଇ ପର୍ଯ୍ୟଟକ ନାଗାବଳୀ ନଦୀରେ ବୁଡ଼ି ନିଖୋଜ ହୋଇ ଯାଇଛନ୍ତି। ନଦୀର ପ୍ରଖୋର ସ୍ରୋତରେ ଭାସିଯାଇ ଉଭୟ ବାପା ଓ ପୁଅ ନିଖୋଜ ଅଛନ୍ତି। ନିଖୋଜ ବାପା, ପୁଅ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର କାମ୍ପ ସାହି ବାସିନ୍ଦା…
ଅଧିକ ଖବର ଦେଖନ୍ତୁ...

ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍‌ସ, ନବଜାତ ଶିଶୁ ସହ ପ୍ରସୂତିଙ୍କୁ ବୋହିଲେ ମହିଳା

ବୈପାରିଗୁଡ଼ା: ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ଅଭାବରୁ ପ୍ରସୂତିଙ୍କ ଘର ଯାଏ ଆମ୍ବୁଲାନ୍‌ସ ପହଞ୍ଚି ନପାରିବାର ଚିରାଚରିତ ସମସ୍ୟା। ଏହି ସମସ୍ୟାର ଯେମିତି ଶେଷ ନାହିଁ। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ମାଲିଆଗୁଡା ଠାରେ। ଗତକାଲି…
ଅଧିକ ଖବର ଦେଖନ୍ତୁ...