୧୦ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ କଟକରୁ ଆଜି ୯୪ ଜଣ କରୋନା ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ୯ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ମୋଟ ୯୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୫ ଜଣ ପୁଲିସ କର୍ମଚାରୀ ଅଛନ୍ତି। ୩ ଜଣ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟ ୨ ଜଣ କୋଭିଡ ଯୋଦ୍ଧା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନରୁ ଜଣେ ମହିଳାଙ୍କ ସମେତ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୪ ଜଣ ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଗୃହ ସଂଗରୋଧରୁ ୩୭ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୨୩ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ସହରର ଅନ୍ୟ ସରକାରୀ ସଂଗରୋଧରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମାଲଗୋଦାମ ନିକଟ ଜାଲୁଆ ସାହି କଣ୍ଟେନମେଣ୍ଟ ଜୋନରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୭ ଜଣ ମହିଳା ଥିବା ବେଳେ ୩ ଜଣ ପୁରୁଷ ଅଛନ୍ତି।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୨୧୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୩୧୮ ଜଣ ସୁସ୍ଥ ହୋଇଛନ୍ତି। ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୮୨୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ଗୃହ ସଂଗରୋଧରୁ ଆଜି ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ତେଲେଙ୍ଗାବଜାର ୨ ଜଣ ପୁରୁଷ ସମେତ ୯ ଜଣ, ହରିପୁରରୁ ୮ ଜଣ, ଚାଉଳିଆଗଂଜ, ମାଛୁଆବଜାରରୁ ୪-୪ ଜଣ, ସିଡିଏ ସେକ୍ଟର-୯ରୁ ୩ ଜଣ, ଖପୁରିଆ, କାଜିପାଟଣାରୁ ୨-୨ ଜଣ, କଲ୍ୟାଣୀ ନଗର, ମଧୁପାଟଣା, କଲେଜ ଛକ ସେଲଟର ଛକ ଓ ଦେଓ୍ଵାନ ବଜାରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜଗତପୁର, କେଶରପୁରରୁ ୩-୩ ଜଣ, ମଙ୍ଗଳାବାଗ, ସିଡିଏ ସେକ୍ଟର-୭, ଜୋବ୍ରା, ବକ୍ସିବଜାର, ତେଲେଙ୍ଗାବଜାର, ସାମନ୍ତ ସାହି, ବିଡ଼ାନାସୀ, ସିଡିଏ ସେକ୍ଟର-୮, ମହମ୍ମଦିଆ ବଜାର, ବାରିକ ସାହି, ଝୋଲାସାହି, ଚାନ୍ଦିନୀଚୌକ, ଶଙ୍କରପୁର, ସୂତାହାଟ, ବିଦ୍ୟାଧରପୁର, ନୟାସଡ଼କ ଓ ସିଦ୍ଧେଶ୍ୱର ସାହିରୁ ଜଣେ ଲେଖାଏଁ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହେଇଛନ୍ତି।

ସମ୍ବନ୍ଧିତ ଖବର