ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଏସିଡ୍ ମାଡ଼: କଟକ ବଡ଼ ମେଡିକାଲରେ ଭର୍ତ୍ତି

ବନ୍ତ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଏସିଡ୍ ମାଡ଼ କରାଯାଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବ‌ା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ସିଳନ୍ଦୀ ଗ୍ରାମର ପାର୍ଥସାରଥୀ ଜେନା ଓ ଚନ୍ଦ୍ରକାନ୍ତ ଜେନାଙ୍କ ପରିବାର ମଧ୍ୟରେ ଜମିବାଡ଼ି ସମସ୍ୟାକୁ ନେଇ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଗତ ଗୁରୁବାର ରାତିରେ ଔଷଧ ନେଇ ଫେରିଲା ବେଳେ ନନ୍ଦିପଦା ଥାନା ଅନ୍ତର୍ଗତ ହାଟଡିହି ବଜାର ନିକଟରେ ପ୍ରତିପକ୍ଷ ଚନ୍ଦ୍ରକାନ୍ତ ଅନ୍ୟ ୨ ଜଣ ସହଯୋଗୀଙ୍କ ମିଶି ପାର୍ଥସାରଥୀଙ୍କୁ ଆକ୍ରମଣ କରିବା ସହ ଏସିଡ୍ ଢାଳି ଦେଇଥିଲେ।

ପାର୍ଥସାରଥୀ ଯନ୍ତ୍ରଣାରେ ଚିତ୍କାର କରିବା ସମୟରେ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଆହତଙ୍କ ଘରକୁ ଖବର ଦେଇଥିଲେ। ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର