ବର୍ଷାରେ ଭାଙ୍ଗିଲା ଘର, ବର୍ତିଲେ ମହିଳା

ଖମାର: ପାଳଲହଡ଼ା ବ୍ଲକ୍‌ ଶଙ୍ଖମୁର ପଂଚାୟତର ଜିତପଡ଼ା ନିକଟରେ ଥିବା ଗୋପାଳକୃଷ୍ଣ ମିଶ୍ରଙ୍କ ଘର ଆଜି ଲଗାଣ ବର୍ଷାରେ ଭାଙ୍ଗିଯାଇଥିବା ବେଳେ ତାଙ୍କ ପତ୍ନୀ ଗୀତାଞ୍ଜଳି ଅଳ୍ପକେ ରକ୍ଷା ପାଇଛନ୍ତି। ଲଗାଣବର୍ଷା ଯୋଗୁଁ ଗୋପାଳଙ୍କ ଝାଟିମାଟିରେ ନିର୍ମିତ ଦୁଇବଖରା ଘର ସମେତ ରୋଷେଇ ଘର ଭାଙ୍ଗିଯାଇଥିଲା। ସେହି ସମୟରେ ଗୀତାଞ୍ଜଳି କିଛି କାମ ପାଇଁ ରୋଷେଇ ଘର ବାହାରକୁ ଚାଲି ଆସିଥିବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଗୋପାଳକୃଷ୍ଣ ଦାରିଦ୍ର୍ୟର ସୀମାରେଖା ତଳେ ରହି ପରିବାର ପ୍ରତିପୋଷଣ କରନ୍ତି। ଅର୍ଥ ଅଭାବ ଯୋଗୁଁ ଘର ସଜାଡ଼ିବାରେ ସେ ଅସମର୍ଥ। ରୋଗଗ୍ରସ୍ତ ଯୋଗୁଁ ରୋଜଗାର କରିବାପାଇଁ ସମର୍ଥ ନଥିଲେ। ୨୦୦୨ ମସିହାରେ ୨୦ ହଜାର ଟଙ୍କା ମୂଲ୍ୟର ଏକ ଇନ୍ଦିରା ଆବାସ ଘର ପାଇଥିଲେ। ଉକ୍ତ ବାସଗୃହଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିଯିବା ସମ୍ଭାବନା ରହିଛି। ଉପଖଣ୍ଡ ପ୍ରଶାସନ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ତାଙ୍କୁ ଏକ ଇନ୍ଦିରା ଆବାସ ତୁରନ୍ତ ଯୋଗାଇ ଦେବା ପାଇଁ ଦାବି ହେଉଛିି।

ସମ୍ବନ୍ଧିତ ଖବର