ମାଲକାନଗିରି: ଆମ୍ବୁଲାନ୍ସରୁ ଜବତ ହେଲା ସାଢ଼େ ୩ କ୍ୟୁଣ୍ଟାଲ ଗଞ୍ଜେଇ

ମାଲକାନଗିରି: ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରିବାର ବିଭିନ୍ନ ଉପାୟ ଅବଳମ୍ବନ କରୁଛନ୍ତିିି ଗଞ୍ଜେଇ ମାଫିଆମାନେ। କେତେବେଳେ ନଡ଼ିଆ ବୋଝେଇ ଗାଡ଼ିର ତ କେତେବେଳେ ବରକନ୍ୟା ଗାଡ଼ି ଦର୍ଶାଇ ଗଞ୍ଜେଇ ଚୋରା ଚାଲାଣ ହେଉଛି। ତେବେ ଆଜି ଭୋର ଭୋରରୁ ମାଲକାନଗିରି ପୁଲିସ ଏକ ଆମ୍ବୁଲାନ୍ସ ଲେଖାଯାଇଥିବା ଓ ନୀଳ ଲାଇଟ୍‌ ଧପଧପ ହୋଇ ଦୃତଗତିରେ ଯାଉଥିବାଏକ ଗାଡ଼ିିକୁ ଅଟକାଇ ସେଥିରୁ ସାଢ଼େ ୩ କ୍ୟୁଣ୍ଟାଲ ଚୋରା ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମହୁଲପଡ଼ା ଥାନା ପୁଲିସ ଆଜି ଭୋର ଭୋରରୁ ପାଟ୍ରୋଲିଂ କରୁଥିବା ବେଳେ ଏକ ଆମ୍ବୁଲାନ୍ସକୁ ତନଖି ପାଇଁ ଅଟକାଇଥିଲେ। ମାତ୍ର ଏହାର ଡ୍ରାଇଭର ଅତି ଦୃତଗତିରେ ଆମ୍ବୁଲାନ୍ସକୁ ନେଇ ଖଇରପୁଟ- ମାଥିଲି ରାସ୍ତାର କଲୋନି ସାହି ଆଡକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ମାଡ଼ି ଯାଇଥିଲାା। ପୁଲିସ ଭୟରେ ଡ୍ରାଇଭର ଗାଡ଼ି ଛାଡ଼ି ପଳାଇ ଯାଇଥିଲା। ପୁଲିସ ଗାଡ଼ି ତନଖି କରିବାରୁ ୪ଟି ବସ୍ତାରେ ସାଢ଼େ ୩ କ୍ୟୁଣ୍ଟାଲ ଗଞ୍ଜେଇ ସେଥିରେ ଥିବାରୁ ପୁଲିସ ଆମ୍ବୁଲାନ୍ସ ସହିତ ଗଞ୍ଜେଇକୁ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର