ହଟହଟା ହେଲେ ଦିବ୍ୟଶଙ୍କର ମିଶ୍ର : ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଭବାନୀପାଟଣା: ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିବାର ଖବର ମିଳିଛି। ମନ୍ତ୍ରୀଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଥିଲେ।

ନିଜ ନିର୍ବାଚନମଣ୍ଡଳୀରେ ହଟହଟା ହେଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମିଶ୍ରଣ ପର୍ବରେ ଯୋଗ ଦେବାକୁ ଯାଉଥିବା ବେଳେ କଲେଜ ଛକ ନିକଟରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ ସହିତ କଳା ପତାକା ପ୍ରଦର୍ଶନ କରାଯାଇଛି । ବିରୋଧୀ ବିଜେପି କର୍ମୀମାନେ ଏହି ଅଣ୍ଡାମାଡ଼ କରିଥିବା ସୂଚନା ରହିଛି ।

ମନ୍ତ୍ରୀ ଯାଉଥିବା ଗାଡିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥଲେ । ଉଭୟ ଯାଉଥିବା ଗାଡ଼ି ଉପରକୁ ବିଜେପି କର୍ମୀ ଅଣ୍ଡାମାଡ଼ କରିଛନ୍ତି। ଏହାପରେ ଘଟଣାସ୍ଥଳରେ ବିଜେପି ଓ ବିଜେଡି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସହ ଗିରଫ ଦାବି କରିଛନ୍ତି ବିରୋଧୀ। କଂଗ୍ରେସ ଏବଂ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି।

ସମ୍ବନ୍ଧିତ ଖବର