ବୋମାମାଡ଼ରେ ଜଣେ ଆହତ, ୮ ହଜାର ଟଙ୍କା ସହ ମୋବାଇଲ୍‌ ଫୋନ୍‌ ଲୁଟିନେଲେ ୩ ଦୁର୍ବୃତ୍ତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମେଣ୍ଢାପଦା ଗଣ୍ଠିହୁଡା ନିକଟରେ ଆଜି ଅପରାହ୍ନରେ ବୋମାମାଡ଼ ହୋଇଛି। ତିନି ଜଣ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ମୋବାଇଲ ଫୋନ୍‌ ଏବଂ ୮ ହଜାର ଟଙ୍କା ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ଅଭୟ ବିଶ୍ୱାଳ।

ସୂଚନା ଅନୁସାରେ ଏକ ପଲସର ଗାଡ଼ିରେ ତିନି ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଥିଲେ। ସେମାନେ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ମୋବାଇଲ ଫୋନ୍‌ ଏବଂ ୮ ହଜାର ଟଙ୍କା ଲୁଟି ନେଇଥିଲେ। ମେଣ୍ଢାପଦା ଗ୍ରାମର ଅଭୟ ହାଟରୁ ଫେରୁଥିବା ସମୟରେ ତିନିଜଣ ଅଜଣା ବ୍ୟକ୍ତି ଏକ ପଲସର ଗାଡ଼ିରେ ପିଛା କରି ମେଣ୍ଢାପଦା ଗଣ୍ଠିହୁଡ଼ା ନିକଟରେ ଅଟକାଇଥିଲେ। ଦୁର୍ବୃତ୍ତମାନେ ଧମକ ଚମକ ଦେଇ ଲୁଟିବାକୁ ଚେଷ୍ଟା କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ଧସ୍ତାଧସ୍ତି ହୋଇଥିଲା। ଫଳରେ ଅସଫଳ ହେବାରୁ ବୋମାମାଡ଼ କରି ମୋବାଇଲ ଫୋନ ଏବଂ ୮ହଜାର ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ତେବେ ବୋମାମାଡ଼ କରିଥିବା ଜଣେ ବ୍ୟକ୍ତି ଗଭୀର ଆଘାତ ଲାଗି ଫେରାର ଥିବା ବେଳେ ଲୁଟ୍‌ର ଶିକାର ହେଇଥିବା ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ପରଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରି ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର