କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ପାଣି ପାଇଁ ମହିଳାଙ୍କ ରାସ୍ତାରୋକ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଟାଙ୍ଗରପଡ଼ାରେ ପାଣିପାଇଁ ମହିଳାମାନେ ଗତକାଲି ସକାଳେ ରାସ୍ତାରୋକ କରିଥିଲେ। ଟାଙ୍ଗରପଡ଼ା ଗ୍ରାମରେ ଗଭୀର ନଳକୂପ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ହେଲେ ହାଟଛକକୁ ଜଳ ଯୋଗାଣ ହୋଇପାରୁ ନାହିଁ। ଏହି ସାହିରେ ଥିବା ଏକମାତ୍ର ନଳକୂପରୁ ଠିକରେ ପାଣି ବାହାରୁ ନାହିଁ। ତେଣୁ ସାହିବାସୀ ପାଣିପାଇଁ ଡହଳବିକଳ ହେଉଛନ୍ତି। ଏହାର ପ୍ରତିବାଦରେ ମହିଳାମାନେ ଟାଙ୍ଗରପଡ଼ା ଛକରେ  ସକାଳେ ଗରା, ବାଲଟି ରଖି ରାସ୍ତା ଅବରୋଧ କରିଥିଲେ।

ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଥିଲେ। ସରପଞ୍ଚ ଅନିରୁଦ୍ଧ ନାଏକ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ କରାଯିବା ସହ ଖୁବଶୀଘ୍ର ନୂତନ ପାଇପ ବିଛାଯାଇ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର