ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

୧୦ ଗିରଫ, ପୁଅବୋହୂ ମୁଖ୍ୟ ଅଭିଯୁକ୍ତ

ରାସଗୋବିନ୍ଦପୁର/ମାଣିଦା : ଡାଆଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଘଟଣାର ପର୍ଦାଫାସ କରିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୁଲିସ। ଏହି ମାମଲାରେ ଅଭିଯୋଗକାରୀ ପୁଅ ଓ ବୋହୂ ହିଁ ମୁଖ୍ୟ ଅଭିଯୁକ୍ତ। ବୋହୂ ସମେତ ମୋଟ ୧୦ ଜଣଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା : ଦୀର୍ଘମାସ ଧରି ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ବନ୍ଦ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ଆଜି ଖୋଲିଛି। ଆଜି ପ୍ରଥମ ଦିନରେ ମୋଟ ୧୦ଟି ଚାରିଚକିଆ ଯାନ ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିଛି। ମୋଟ ୫୯ ଜଣ ପ୍ରଥମ ଦିନରେ ଶିମିଳିପାଳ ବୁଲି ଫେରିଛନ୍ତି। ଶିମିଳିପାଳର…
ଅଧିକ ଖବର ଦେଖନ୍ତୁ...

ପାଣିରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ନୂଆସାହି : ରାସ୍ତା କାମ ପାଇଁ ମାଟି ଖୋଳି ଦେଇଥିଲେ। ଖାଲରେ ପାଣି ଜମିରହିଥିଲା। ସେହି ପାଣିରେ ପଡ଼ି ଆଜି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଡ଼ଖଲାଡ଼ି ପଞ୍ଚାୟତ ଫୁଲବାଡ଼ିଆ (ଚତୁରିଘାଟି)ରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଶିଶୁଦ୍ୱୟ ହେଲେ ଠୁମ୍ପୁ…
ଅଧିକ ଖବର ଦେଖନ୍ତୁ...

ବୁଧବାରଠାରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନ ନଭେମ୍ବର ୧ରୁ ଖୋଲିବ। ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶ ପଥ ଦେଇ ପର୍ଯ୍ୟଟକ ଯାଇପାରିବେ। ଯଶିପୁର ପଟୁ କାଳିଆଣି ତନଖି ଫାଟକ ଏବଂ ବାରିପଦାରୁ ଲୁଲୁଙ୍ଗ ପଟେ ପିଠାବଟା ଫାଟକ ଦେଇ ପର୍ଯ୍ୟଟକଙ୍କୁ ପ୍ରବେଶ କରିବାର ଅନୁମତି ଦିଆଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ବାଘଛାଲ, ବଜ୍ରକାପ୍ତା କାତି ଜବତ; ୨ ଗିରଫ

ଉଦଳା: ଶିମିଳିପାଳରେ ଚାଲିଛି ଅବାଧ ବାଘ ଶିକାର। ଆଜି ପୁଣି ଏକ ବାଘଛାଲ ଜବତ ହେବା ଏହାକୁ ପ୍ରମାଣିତ କରୁଛି। ମାସକ ପୂର୍ବରୁ ମଧ୍ୟ ଏକ ବାଘଛାଲ ଜବତ ହୋଇଥିଲା। ଆଜି ବାଘଛାଲ ସହ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି। ଏ ଘଟଣାରେ ସଂପୃକ୍ତ ଦୁୁଇଜଣ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

ବାରିପଦା ସହରରେ ପ୍ରସିଦ୍ଧ ଜଗଦ୍ଧାତ୍ରୀ ପୂଜା ଆରମ୍ଭ

ବାରିପଦା : ବାରିପଦା ସହରର ପ୍ରସିଦ୍ଧ ଜଗଦ୍ଧାତ୍ରୀ ପୂଜା ଆଜିଠୁ ଆରମ୍ଭ ହୋଇଛି। ଅପରାହ୍ନରେ ବୁଢାବଳଙ୍ଗ ନଦୀର ଚିପଟଅସ୍ତିଆ ନିକଟରୁ ଘଟ ଆସିବା ପରେ ମା’ଙ୍କର ଚକ୍ଷୁଦାନ ହୋଇଥିଲା। ଏହା ପରେ ପ୍ରଥମ ଦିନର ପୂଜା ରାତ୍ରି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଆସନ୍ତା ନଭେମ୍ବର ୧ ତାରିଖଠାରୁ…
ଅଧିକ ଖବର ଦେଖନ୍ତୁ...

ବାଣ ବିକିବା କାଳ ହେଲା: ନିଆଁ ଲାଗି ୪ଟି ଦୋକାନ ଜଳିଗଲା

କରଂଜିଆ/କରଂଜିଆ ଗୋଲେଇ : ଆଜି ସଂଧ୍ୟା ୫ଟା ବେଳେ କରଂଜିଆ ସହର ମଧ୍ୟସ୍ଥଳୀ ପୂର୍ଣ୍ଣେଶ୍ୱର ମନ୍ଦିର ସମ୍ମୁଖରେ ଥିବା ଏକ ଦୋକାନରେ ନିଆଁ ଲାଗି ଭସ୍ମୀଭୂତ ହୋଇଯାଇଛି। କ୍ଷଣିକ ଭିତରେ ନିଆଁ ପାଖରେ ଥିବା ଅନ୍ୟ ୩ଟି ଦୋକାନକୁ ବ୍ୟାପି ଯାଇଥିଲା। ଲକ୍ଷାଧିକ ଟଙ୍କା ସାମଗ୍ରୀ ଜଳି ପାଉଁଶ…
ଅଧିକ ଖବର ଦେଖନ୍ତୁ...

୩ ହଜାର ଟଙ୍କା ଲାଞ୍ଚ ନେଇ ନେସ୍କୋ ଡିଜିଏମ୍‌ ଗିରଫ

ବାରିପଦା : ବାରିପଦାସ୍ଥିତ ନେସ୍କୋର ଡିଜିଏମ୍‌ (ଇଏଚ୍‌ଟି ଓ ଆଣ୍ଡ ଏମ୍‌) ଯଶୋବନ୍ତ ନାରାୟଣ ଚୌଧୁରୀ ଜଣେ ଲୋକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ବାରିପଦା ସହରର କାର୍ତ୍ତିକେଶ୍ୱର ଦତ୍ତ ନେସ୍କୋରେ ନିଜର ବଲେରୋ ଗାଡ଼ି ଭଡ଼ାରେ ଲଗାଇଥିଲେ। ସେ ଦୀର୍ଘ…
ଅଧିକ ଖବର ଦେଖନ୍ତୁ...

ମୟୁରଭଞ୍ଜ: ଆଶ୍ରମ ସ୍କୁଲର ୨୧ ଛାତ୍ରଛାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବାରିପଦା: ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ବ୍ରାହ୍ଣଣମରା ଅନୁସୂଚିତ ଜାତି ଓ ଜନଜାତି ଆଶ୍ରମ ସ୍କୁଲର ୨୧ ଜଣ ଛାତ୍ରଛାତ୍ରୀ ମଙ୍ଗଳବାର ସନ୍ଧ୍ୟାରେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ପାଗଳା କୁକୁର ଆତଙ୍କ:୧୩ ଗୁରୁତର

ଠାକୁରମୁଣ୍ଡା : ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ପାଗଳା କୁକୁର କାମୁଡ଼ାରେ ୧୩ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଘଟଣାଟି ଘଟିଛି ଠାକୁରମୁଣ୍ଡା ବଜାରରେ। ଗୁରୁତରମାନେ ହେଲେ ପଣସଡିହା ଗ୍ରାମର ଜାଗର ଦେହୁରୀ(୪୦), ମିଟୁଆଣୀର ବାସନ୍ତୀ ବଂଶୁଳିଆ(୩୦), ନୂଆଗାଁ ବୁଧୁସାହିର ରଙ୍ଗାଧର…
ଅଧିକ ଖବର ଦେଖନ୍ତୁ...