ପୁଲିସ ଗୁଳିରେ ଟଳିଲା ଦୁର୍ଦ୍ଦାନ୍ତ ନକ୍ସଲ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତରେ ଛତିଶଗEର ସୁକମା ଜିଲ୍ଲାରେ ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ଡିଆରଜି ଯବାନ ଚିନ୍ତଲନାର ଥାନା ଅନ୍ତର୍ଗତ ଗଡଗଡମେଟା ଏବଂ ତାଡମେଟଲା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ଜଂଗଲରେ ପୂର୍ବରୁ ମାଓବାଦୀ କ୍ୟାମ୍ପ କରି ରହିଥିଲେ। ଯବାନଙ୍କୁ ଦେଖି ମାଓବାଦୀ ଅତର୍କିତ ଗୁଳି ଚଳାଇଥିଲେ। ପୁଲିସ ଏହାର କଡ଼ା ଜବାବ ଦେଇଥିଲା, ଯାହାଫଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ମାଓବାଦୀ ଜଣକ ହେଲା ମାଣ୍ଡବି ଭୀମା।

ମାଣ୍ଡବୀ ଭୀମା ନାମରେ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ବୋମା ଖଞ୍ଜିବାରେ ଉସ୍ତାଦ ଥିଲା ଭୀମା। କୋବ୍ରା ବାଟାଲିୟନର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ନିତୀନ ଭାଲେରାଓକୁ ହତ୍ୟା କରିଥିବା ଘଟଣାରେ ସାମିଲ ଥିବା ପୁଲିସ କହିଛି। ଏଥିସହ ୧୧ଟି ହିଂସାରେ ମଧ୍ୟ ଜଡିତ ଥିବା ପୁଲିସ କହିଛି। ଏହି ଗୁଳିବିନିମୟରେ ଅନ୍ୟ ନକ୍ସଲମାନେ ମଧ୍ୟ ମୃତ୍ୟୁବରଣ କରିଥିବା ପୁଲିସ ସଂଦେହ କରୁଛି। ଘଟଣାସ୍ଥଳରୁ ପୁଲିସ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି। ସର୍ଚ୍ଚ ଅପରେସନ ଚାଳିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର