ହାସ୍ୟ ଅଭିନେତା ଖରାପ ‘ମିମିକ୍ରି’ କରି ଅପମାନିତ କରୁଥିବା ଦେଖି ଇନଷ୍ଟାରେ ଦୁଃଖପ୍ରକାଶ କଲେ କରଣ

ମୁମ୍ବାଇ: ବଲିଉଡର ପ୍ରଯୋଜକ-ନିର୍ଦ୍ଦେଶକ କରଣ ଜୋହରଙ୍କୁ ଏବେ କୌଣସି ପରିଚୟର ଆବଶ୍ୟକତା ନାହିଁ। କରଣ ବଲିଉଡକୁ ଅନେକ ମହାନ ଚଳଚ୍ଚିତ୍ର ଉପହାର ଦେଇଛନ୍ତି। ଏଥି ସହିତ, ସେ ନିଜର ଖୋଲା ମତ ପାଇଁ ମଧ୍ୟ ଜଣାଶୁଣା। ଅନେକ ସମୟରେ ତାଙ୍କୁ ନେପୋଟିଜିମ (ପ୍ରୀୟା ପ୍ରୀତି ତୋଷଣ) ପାଇଁ ଟ୍ରୋଲ କରାଯାଇଛି। ବାହାର ଲୋକେ ଟ୍ରୋଲ କରିବା ପରେ ଏବେ ଇଣ୍ଡଷ୍ଟ୍ରିର ଲୋକ ଟ୍ରୋଲ କରିବାରୁ ନିରାଶ ହୋଇଛନ୍ତି ଫିଲ୍ମ ନିର୍ମାତା। ଏହାକୁ ନେଇ ଇନଷ୍ଟାଗ୍ରାମରେ ତାଙ୍କର ପୋଷ୍ଟ ଏବେ ଭାଇରାଲ ହେଉଛି।

सरेआम मजाक उड़ने पर करण जौहर का छलका दर्द, बोले- 'जब आपकी अपनी इंडस्ट्री के लोग ही...

ସୂଚନା ମୁତାବକ, ଏକ ଟିଭି ସୋ’ରେ ଜଣେ ହାସ୍ୟ ଅଭିନେତାଙ୍କ ଦ୍ୱାରା କରାଯାଇଥିବା ‘ଖରାପ ମିମିକ୍ରି’ ପାଇଁ ନିର୍ଦ୍ଦେଶକ ବହୁତ ଆଘାତ ପାଇଛନ୍ତି। ଏ ସମ୍ପର୍କରେ ସେ ଇନଷ୍ଟାରେ ଏକ ନୋଟ୍ ସେୟାର କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, “ମୁଁ ମୋ ମା’ଙ୍କ ସହିତ ଏକ ପ୍ରତିଷ୍ଠିତ ଚ୍ୟାନେଲରେ ରିଆଲିଟି କମେଡି ସୋ’ ଦେଖୁଥିବା ବେଳେ ସୋ’ର ଏକ ପ୍ରୋମୋରେ ଜଣେ ହାସ୍ୟ ଅଭିନେତା ମୋର ଖରାପ ମିମିକ୍ରି କରୁଥିବା ଦେଖିଲି।ମୁଁ ଟ୍ରୋଲର୍ସ କିମ୍ବା ଯେଉଁମାନେ ସେମାନଙ୍କ ନାମ କିମ୍ବା ଚେହେରା ଲୁଚାଇ କିଛି କୁହନ୍ତି ସେମାନଙ୍କଠାରୁ ଏହା ଆଶା କରିପାରିବି। କିନ୍ତୁ ଯେତେବେଳେ ତୁମର ନିଜ ଇଣ୍ଡଷ୍ଟ୍ରିର ଲୋକମାନେ ୨୫ବର୍ଷ ଧରି କାମ କରୁଥିବା ବ୍ୟକ୍ତିଙ୍କୁ ଏଭଳି ଅପମାନିତ କରନ୍ତି, ସେତେବେଳେ ଜଣେ କ’ଣ ଅବା କହିପାରିବ। ଏହା ଦର୍ଶାଉଛି ଯେ ଆମେ କେଉଁ ପ୍ରକାରର ସମାଜରେ ବାସ କରୁଛୁ। ବର୍ତ୍ତମାନ ଏହା ମୋତେ କ୍ରୋଧିତ କରୁ ନାହିଁ ବରଂ ଏହା ମୋତେ ଦୁଃଖ ଦେଇଛି।”

କୁହାଯାଉଛି ଯେ, ସୋନି ଟିଭିରେ ପ୍ରସାରିତ ମ୍ୟାଡନେସ୍ ମଚାଏଙ୍ଗେରେ ହାସ୍ୟ ଅଭିନେତା କେତ୍ତନ ସିଂହ, କରଣଙ୍କ ମିମିକ୍ରି କରିଥିଲେ, ଯାହା କରଣଙ୍କ ପସନ୍ଦ ଆସିନଥିଲା।

ସମ୍ବନ୍ଧିତ ଖବର