ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଅଭିଯାନ ଉଦ୍‌ଘାଟନ କଲେ ରାଷ୍ଟ୍ରପତି; ଓଡ଼ିଶାର ୩ଟି ସ୍ୱାସ୍ଥ୍ୟ ଓ ଆ‌ରୋଗ୍ୟ କେନ୍ଦ୍ରରେ ଶୁଭାରମ୍ଭ

ନି-କ୍ଷୟ ମିତ୍ର ପୋର୍ଟାଲ ଶୁଭାରମ୍ଭ

ରାଇରଙ୍ଗପୁର/ବିଜାତଳା: ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡିଶାର ୩ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଶୁଭାରମ୍ଭ ହୋଇଛି। ତେବେ ୩ଟି ମଧ୍ୟରୁ ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପକଣ୍ଡ ବିଜାତଳା ବ୍ଲକର ଭରଣ୍ଡିଆ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ସିଡିଏମଓ ରୂପଭାନୁ ମିଶ୍ର, ଉପଜିଲ୍ଲାପାଳ ସରୋଜ କୁମାର ଦାସ, ଏସଡିଏମଓ ଡାକ୍ତର ସାଗର ନାୟକ, ବିଜାତଳା ବିଡିଓ ଜଗରଂଜନ ନାୟକ ପ୍ରମୁଖ ଯୋଗଦେଇଥିଲେ।

ଭରଣ୍ଡିଆ ସ୍ୱାସ୍ଥ୍ୟକେନ୍ଦ୍ରର ସିଏଚଓ ଗାୟତ୍ରୀ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏମଓଆଇସି ଗୋବିନ୍ଦ ସୋରେନ, ବିଡିଏମ୍ ପ୍ରମୋଦ ବେହେରା, ବିପିଏମ୍ କମଲ ଲୋଚନ ରଣା, ଏସଟିଏସ ବିକ୍ରମ କେଶୋରୀ ମହାନ୍ତ, ବିଏମ୍ ଚିତ୍ତରଂଜନ ବେହେରା, ଡିପିସି ଦୀନକୃଷ୍ଣ ବାରିକ, ପିଏଚଇଓ ଜହରଲାଲ୍ ବେହେରା, ଏଏନ୍ଏମ୍ ମଂଜୁଲତା ନାୟକ, ଡିଟିଓ ଡାଃ ଏମଏଚ୍ ହାଁସଦାଃ, ଡିଏସ ତପନ କୁମାର ପ୍ରଧାନ, ଯୋଗ ଶିକ୍ଷକ କମଳିନୀ ନନ୍ଦ, ଅନ୍ୟ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସିଏଚଓ ବର୍ଷାରାଣୀ ପାହାଲି,ରଶ୍ମିତା ଟପ୍ପୋ, ସୁମତି ନାଏକ, ହିମାନ୍ଦୀ ତନେୟା ଧୀର୍, ମଧୁସ୍ମିତା ହାଁସଦାଃ ,ଆଶା କର୍ମୀ ରାନୀ ସୋରେନ୍,ସୁକୁମଣୀ ମହାନ୍ତ, ଗୀତାରାଣୀ ମହାନ୍ତ, ପାନମଣୀ ମୁର୍ମୁଙ୍କ ସମେତ ୱାର୍ଡସଭ୍ୟ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

୨୦୨୫ ମସିହା ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ କରିବା ଏହି ଅଭିଯାନର ମୂଳ ଉଦେଶ୍ୟ । ଏହି ଅବସରରେ ରାଷ୍ଟ୍ରପତି ନି-କ୍ଷୟ ମିତ୍ର ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି । ନି-କ୍ଷୟ ମିତ୍ର ପୋର୍ଟାଲ ଯକ୍ଷ୍ମା ଚିକିତ୍ସା  କରୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇବା ପାଇଁ ଦାତାମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ । ଉକ୍ତ କାର୍ଯ୍ୟକ୍ରମ ସମୟରେ ଅଂଚଳର କିଛି ଯକ୍ଷ୍ମା ରୋଗୀ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ସିଏଚଓ ଗାୟତ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର