ପ୍ରଚାର ଗାଡ଼ି ଧକ୍କାରେ ୨ ବାଇକ ଆରୋହୀ ଆହତ

କଂଟାବାଞ୍ଜି: କଂଟାବାଞ୍ଜି- ମୁରିବାହାଲ ରାସ୍ତାର ବାଳିକା ହାଇସ୍କୁଲ ନିକଟରେ ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚାର ଗାଡ଼ି (ଏମଏଚ ୩୬ ଏଏ ୧୧୫୮)  ଧକ୍କାରେ ଦୁଇ ବାଇକ ଆରୋହୀ ଆହତ ହୋଇଛନ୍ତି। ଆହତମାନଙ୍କୁ କଂଟାବାଞ୍ଜି ଥାନା ପୁଲିସ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇଥିଲା। ଆହତ ଦ୍ବୟ ହେଲେ ପଖନମୁଣ୍ଡା ଗାଁର ନରେଶ କୁମ୍ଭାର ଓ ଟୁର୍ଚୁ ମଲ୍ଲିକ। ସ୍ବାସ୍ଥ୍ୟାବସ୍ଥା ଗୁତୁତର ହେବାରୁ ଉଭୟଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରଚାର ଗାଡ଼ିକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ ବିଜୟାନନ୍ଦ କର୍କରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର